logo

ଜିଲ୍ଲାସ୍ତରୀୟ ଲିଙ୍ଗଭିତିକ ହିଂସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଜିଲ୍ଲାସ୍ତରୀୟ ଲିଙ୍ଗଭିତିକ ହିଂସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ସମାଜ କଲ୍ୟାଣ ବିଭାଗ ସହଯୋଗରେ ଏବଂ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ତଦାଶା ଆନୁକୂଲ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଲିଙ୍ଗଭିତିକ ହିଂସା ପ୍ରସଙ୍ଗରେ 16ଦିନିଆ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ନଭେମ୍ବର 25ତାରିଖରୁ ଆରମ୍ଭ ହୋଇ ଜିଲ୍ଲାର ବିଭିର୍ନ ସ୍ଥାନରେ ସଚେତନତା ସଭା ପଦଯାତ୍ରା ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଡ଼ିସେମ୍ବର 10ତାରିଖରେ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆଇନସେବା ପ୍ରାଧିକରଣର ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଯୋଗ ଦେଇ ଲିଙ୍ଗଭିତିକ ହିଂସା ରୋକାଯିବାର ବିଭିର୍ନ ଆଇନ ଗତ ଦିଗ ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ମିତା ନାଏକ ଯୋଗ ଦେଇ ଲିଙ୍ଗଭିତିକ ହିଂସା ରୋକାଯିବାର ବିଭିନ୍ନ ଉପାୟମାନ ଅବଗତ କରାଇଥିଲେ l ପ୍ରାରମ୍ଭରେ ସରକାରୀ ମହାବିଦ୍ୟାଳୟର ପ୍ରଫେସର ଚିତ୍ତରଞ୍ଜନ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ତଦଶାର ସମ୍ପାଦକ ତଥା ସମାଜସେବୀ ଅକ୍ଷୟ କୁମାର ଚକ୍ର ସଭାରେ ସଭାପତିତ୍ୱ କରି ଲିଙ୍ଗଭିତିକ ହିଂସା ରୋକିବା ପାଇଁ ପରିବାର ପରାମର୍ଶ କେନ୍ଦ୍ର ଓ ତଦଶା ଜିଲ୍ଲା ପ୍ରଶାସନ ଏବଂ ଆଇନସେବା ପ୍ରାଧିକରଣ ସହଯୋଗରେ କାମ କରୁଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ପରାମର୍ଶଦାତ୍ରୀ ଜୟଶ୍ରୀ ଦାସ ବିନୋଦ ରାଉତ ଗୀତାରାଣୀ ଦେବତା ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ପ୍ରାଧିକରଣର କର୍ମକର୍ତା ଯୋଗ ଦେଇଥିଲେ l ଶେଷରେ ବେଟି ବଚାଓ ଓ ବେଟି ପଢ଼ାଓ ଆଧାରିତ ଏକ ଖୁଦ୍ର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା l ଅଧ୍ୟାପିକା ଗୀତାଞ୍ଜଳି ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342

22
1275 views