logo

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଥମ ଗ୍ରାମସଭା ଶାନ୍ତି ଶୃଙ୍ଖଳା ରେ ଶେଷ।

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଥମ ଗ୍ରାମସଭା ଶାନ୍ତି ଶୃଙ୍ଖଳା ରେ ଶେଷ।

ପାଟଣା-ପାଟଣା ଅଞ୍ଚଳରେ ବହୁ ପ୍ରତୀକ୍ଷିତ ବୃହତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଶୁକ୍ରବାର ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଗ୍ରାମସଭାରେ ଚେମେଣା ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ପାଟଣା ତହସିଲ ଦାର ଅଶିନୀକୁମାର ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ ଜୟ କୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ।ଆଜିର ଗ୍ରାମ ସଭାରେ ଉକ୍ତ ମୌଜାର ୨୯ ଏକର ୬୧ ଡିସିମିଲ ଜମି ପାଇଁ ଜନଶୁଣାଣି ହୋଇଥିଲା।ଏହି ଗ୍ରାମସଭାରେ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ମାତ୍ର ୬ ଜଣ ଗ୍ରାମବାସୀ ନିଜର ଦାବି ଉପସ୍ଥାପନ କରିଥିଲେ।ଲୋକଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଡିସିମିଲି ପିଛା ୧୦ଲକ୍ଷ ଟଙ୍କା, ବିଧବା ବୃଦ୍ଧା, ଦିବ୍ୟାଙ୍ଗଙ୍କ ପାଇଁ ମାସିକ ୩୦ ହଜାର ଭତ୍ତା, ପ୍ରତ୍ୟେକ ୧୮ରୁ ୪୫ବର୍ଷର ବ୍ୟକ୍ତିଙ୍କୁ ସ୍ଥାୟୀ ନିଯୁକ୍ତି, ଜମି ହାରାଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ କମ୍ପାନୀ ସ୍କୁଲରେ ମାଗଣା ଶିକ୍ଷାଦାନ ତାଲିମ ଓ କମ୍ପାନୀରେ ନିଯୁକ୍ତି, ଜମି ହରାଉଥିବା ଦିନଠାରୁ ନିଯୁକ୍ତି ପର୍ଯ୍ୟନ୍ତ ମାସକୁ ୩୦ ହଜାର ଲେଖାଏ ମାସିକ ଭରଣପୋଷଣ ପ୍ରଦାନ ଆଦି ୩୩ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ସ୍ବତନ୍ତ୍ର ଭୂ-ଅର୍ଜନଅଧିକାରୀ ଉପସ୍ଥିତ ଲୋକ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, କାହାରି ଘର ଭଙ୍ଗା ଯିବ ନାହିଁ କେହି ବିସ୍ଥାପିତ ହେବେ ନାହିଁ।
ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଶାନ୍ତିଶୃଙ୍ଖଳା ସହ ଗ୍ରାମ ସଭା ସମ୍ପନ୍ନ ହୋଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଅତିରିକ୍ତ ୩ ଏସ୍‌ପି, ୪ ଏସ୍‌ଡିପିଓ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ଚମ୍ପୁଆ ଏସ୍‌ଡିପିଓ ରଶ୍ମୀରଞ୍ଜନ ସାହୁ, ତୁରୁମୁଙ୍ଗା ଥାନା ଅଧିକାରୀ ଦିପ୍ତୀରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପ୍ରସ୍ତାବିତ ବୃହତ କାରଖାନା ପାଇଁ ଆଜି ଶାନ୍ତିଶୃଙ୍ଖଳାର ସହିତ ଗ୍ରାମସଭା ଶେଷ ହୋଇ ଥିବାରୁ ସ୍ଥାନୀୟ ବିଧାୟକ ଅଖିଳ ଚନ୍ଦ୍ର ନାଏକ ଗ୍ରାମ ବାସୀଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି।ବାକି ସମସ୍ତ ଗ୍ରାମ ସଭା ଗୁଡିକ ସୁରୁଖୁରୁରେ ଶେଷ କରି ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

41
1437 views