ଯୋଡ଼ା ବ୍ଲକ ର ସମସ୍ତ ଜନପ୍ରତିନିଧି ଙ୍କ ବନ୍ଧୁମିଳନ।
ଯୋଡ଼ା ବ୍ଲକ ର ସମସ୍ତ ଜନପ୍ରତିନିଧି ଙ୍କ ବନ୍ଧୁମିଳନ।
ଯୋଡ଼ା୧୨/୧୨/୨୫:କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ ମିଳିତ ଭାବେ ବୁଧବାର ଦିନ ବଡ଼କାଳିମାଟି ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଭଙ୍ଗା ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଯୋଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଜନ ପ୍ରତିନିଧିମାନେ ଏକତ୍ରିତ ହୋଇ ଗ୍ରାମ ଉନ୍ନତି, ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ ଓ ଲୋକଙ୍କ ସମସ୍ୟା ନିରାକରଣ ବିଷୟରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କୋବିନ୍ଦ୍ର ନାଏକ କହିଥିଲେ “ଜନପ୍ରତିନିଧିମାନେ ହେଉଛନ୍ତି ଗ୍ରାମ ଶାସନର ମୂଳ ଶକ୍ତି। ଉନ୍ନତ ଗ୍ରାମ ଗଢ଼ିବା ପାଇଁ ସମସ୍ତଙ୍କ ସମ୍ମିଳିତ ପ୍ରୟାସ ଆବଶ୍ୟକ।” ଅନ୍ୟ ସଦସ୍ୟ ମାନେ ସ୍ୱଚ୍ଛତା, ପାଣି ଯୋଜନା, ମହିଳା ସଶକ୍ତିକରଣ, ରୋଜଗାର ଯୋଜନା ଭଳି ବିଷୟରେ ମତାମତ ଦେଇଥିଲେ।
ସରପଞ୍ଚ , ଜିଲ୍ଲାପରିଷଦ ଏବଂ ସମିତି ସଭ୍ୟମାନେ ଏହି ବନ୍ଧୁମିଳନକୁ ଏକ ଉପଯୁକ୍ତ ମଞ୍ଚ ବୋଲି କହିଛନ୍ତି ଏବଂ ଆଗାମୀ ଦିନରେ ଗ୍ରାମକୁ ଅଧିକ ସୁସଂଘଟିତ, ସ୍ୱଚ୍ଛ ଓ ସ୍ୱାବଳମ୍ବୀ କରିବା ପାଇଁ ସମ୍ମିଳିତ ଭାବେ କାମ କରିବାର ସଂକଳ୍ପ ନେଇଛନ୍ତି।
କୃଷ୍ଣ ଚନ୍ଦ୍ର ପାତ୍ର (ଯୋଡା ଅଞ୍ଚଳ) ଙ୍କ ରିପୋର୍ଟ, ମୋବାଇଲ: 91141 59237