logo

ପ୍ରଭୁ ହେ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

ପ୍ରଭୁ ହେ
********
ଅଦୃଶ୍ୟ ଜାଗାରେ ରହିଛ
ନିର୍ଦ୍ଦେଶକ ପୁଣି ସାଜିଛ।
ନିର୍ଦ୍ଦେଶନା ଦେଇ ସାରା ସଂସାର କୁ ,
ନଚାଇ ନାଚ କୁ ଦେଖୁଛ।

ରଙ୍ଗମଞ୍ଚକୁ ପଠାଇଛ
ରଙ୍ଗ ମାଖିଵାକୁ କହୁଛ
ଅଭିନୟ କରି ଦିନ ସରିଲାଣି,
ତୁମେ ମୁଚୁକି ମୁଚୁକି ହସୁଛ।

ତୁମେ ବାଙ୍କ ଚାହାଣି ରେ ଦେଖୁଛ
ସତେ କଣେଇ କଣେଇ ଚାହୁଛ ,
ଜଗତ ଯାକର ଭଲମନ୍ଦ ବାଛି
ଦେଖି ଚାହିଁ ଫଳ ଦେଉଛ ।

ତୁମ ମାୟାରେ ବାୟା ଏ ସଂସାର,
ପାପୀ ପାପ କରିବାକୁ ତତ୍ପର
ଦୁଷ୍ଟ ଦୁଷ୍ଟାମୀ ରେ ଅଛି ଆଗୁଆ
ତୁମ ମାୟା ଵୁଝିଵ କେ ମନୁଆ ।

ଦେଖି ଦେଖି ଏ ଦୁନିଆ ରୀତି କୁ,
ନିଦ ଆସୁନି ଆଉ ତ ରାତିକୁ
ଜୀଵ ଜଗତ ବ୍ୟାକୁଳ ହୁଅନ୍ତି
ତ୍ରାହି ତ୍ରାହି ବୋଲି ସର୍ଵେ ଡାକନ୍ତି।

ତୁମେ ସକଳ ସୃଷ୍ଟିର ରହସ୍ୟ,
ହସ ଲୁହ ଭରା ଏକ କୁହୁକ
ତୁମ ଚରଣରେ ଆମ ଭକତି
ସଦା ମନେ ଭରିଦିଅ ଶକତି ।

ପାପ କରମରେ ଲିପ୍ତ ହେବୁନି,
ଅନ୍ୟ ମନେ କଷ୍ଟ କେଭେଁ ଦେବୁନି
ଦୁଃଖୀ ଜନଙ୍କର ସେବା କରିବୁ
ପର ଉପକାର ସଦା ରହିବୁ ।

ଜୟ ଜଗନ୍ନାଥ 🙏

ପୁଷ୍ପା ଞ୍ଜଳି ଆଚାର୍ଯ୍ୟ, ହାଉସିଙ୍ଗବୋର୍ଡ କଲୋନୀ, ପୁରୁଣା ବଜାର, କେନ୍ଦୁଝର, ମୋବାଇଲ: 87631 58585

21
2304 views