logo

ସ୍ୱାମ ପାଟଣା ଆଞ୍ଚଳିକ ମହା ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉଦଘାଟିତ।

ସ୍ୱାମ ପାଟଣା ଆଞ୍ଚଳିକ ମହା ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉଦଘାଟିତ।

ପାଟଣା ୧୧/୧୨,ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ୩୦ ତମ ବାର୍ଷିକ ଦୌଡ଼ କୂଦ ପ୍ରତିଯୋଗିତା ଆଜି ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଭବ୍ୟ ପରିବେଶରେ ଉଦଘାଟିତ ହୋଇଛି। ଅଧ୍ୟାପକ ଅଶ୍ୱିନୀ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଅତିଥି ଭାବେ ପାଟଣା ଥାନା ଏସ ଆଇ ଲକ୍ଷ୍ମଣ କୁମାର ମାଝୀ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅଜୟ କୁମାର ଦାଶ, ବରିଷ୍ଠ ରାଜ୍ୟ ସ୍ତରୀୟ ରେଫରି ପ୍ରମୋଦ କୁମାର ଭଞ୍ଜ, ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ଵିରେନ୍ଦ୍ର କୁମାର ସାହୁ ସଭାରେ ସଭାପତିତ୍ୱ କରିଥିଲେ। କ୍ରୀଡ଼ା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନନ୍ଦେଶ୍ୱର ମନ୍ଦିରରୁ ମଶାଲ ଯାତ୍ରା ଏଠାରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ଙ୍କ ସହ ଅନ୍ୟମାନେ ଏହାକୁ ସ୍ୱାଗତ କରି କ୍ରୀଡ଼ା ଜ୍ୟୋତିରେ ଅଗ୍ନି ସଂଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ରତ୍ନାକର ମହାକୁର, ଅଧ୍ୟାପିକା ସୁସ୍ନାତା ଶୋଭାଲୀନ ମହାପାତ୍ର, ପ୍ରାଧ୍ୟାପକ ଜଗନ୍ନାଥ ମହାନ୍ତ, ବ୍ରଜେନ୍ଦ୍ର କୁମାର ପତି, ରଜତ କୁମାର ଦାଶ, ଶରତ କୁମାର ମିଶ୍ର, ଅଧ୍ୟାପିକା ନୈଳାନୀ କାର୍ଜି,ଅଧ୍ୟାପକ ଚିତ୍ତରଞ୍ଜନ ମହାନ୍ତ, ଭାତୃହରି ମହାନ୍ତ, ପ୍ରାଧ୍ୟାପକ ଡ଼ଃ ହୃଦାନନ୍ଦ ବିଶ୍ୱାଳ ପ୍ରମୁଖ ଇଭେଣ୍ଟ ପରିଚାଳନା ଦାୟିତ୍ୱରେ ଥିବାବେଳେ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଖେଳ ପରିଚାଳନା ରେ ସହଯୋଗ କରିଛନ୍ତି।ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଦୌଡ଼ କୂଦ ସମାରୋହ ଉଦଘାଟିତ ହୋଇଥିବା ବେଳେ ଏହା ୨ ଦିନ ଧରି ଅନୁଷ୍ଠିତ ହେବ। ଖେଳ ଶିକ୍ଷକ ବାସୁଦେବ ସାହୁ,ସୁଶାନ୍ତ କୁମାର ମହାନ୍ତ ଓ ଧର୍ମେନ୍ଦ୍ର କୁମାର ମହାନ୍ତ ପ୍ରମୁଖ ଖେଳ ପରିଚାଳନା କରୁଥିବା ବେଳେ ୧୨ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଦୌଡ କୁଦ ରେ ଭାଗ ନେଇଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

6
556 views