ସାହି ଯୁବକ ନିଜ ଶ୍ରମ ଦାନରେ ବନାଇଲେ ରାସ୍ତା।
ସାହି ଯୁବକ ନିଜ ଶ୍ରମ ଦାନରେ ବନାଇଲେ ରାସ୍ତା।
ପାଟଣା- ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ର ଗୁଳୁଦିପଶି ଗ୍ରାମର ଝାଟିପଡା ସାହିର କିଛି ଯୁବକ ମାନେ ଆଜି ନିଜ ଶ୍ରମଦାନ କରି ଏକ ରାସ୍ତା ନିର୍ମାଣ କରିଛନ୍ତି। ସ୍ୱାମ ଠାରୁ ଝାଟିପଡା ସାହିକୁ ଯାଇଥିବା ଅଣ ଓସାରିଆ ରାସ୍ତା ବର୍ଷା ପାଣିରେ ଧୋଇ ହୋଇ ଯାଇଥିବାରୁ ଯିବାଆସିବା କରିବାରେ ଅନେକ ଅସୁବିଧା ହେଉଥିଲା। ଜରୁରୀ ସମୟରେ ଏହି ରାସ୍ତା ଦେଇ ଯିବାଆସିବା କରିବା ସମ୍ଭବ ହେଉ ନଥିଲା। ସାହିର କିଛି ଯୁବକ ଏହି ସମସ୍ୟା କୁ ଦେଖି ଏକାଠି ହୋଇ ଆଜି ମାଟି ମରମ ପକାଇ ରାସ୍ତା କୁ ସମତୁଲ କରିଥିଲେ। ଏହି କାମ ପାଇଁ ଗ୍ରାମବାସୀ ଯୁବକ ମାନଙ୍କୁ ଅନେକ ପ୍ରଶଂସା କରିଛନ୍ତି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178