logo

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରଙ୍କ ପାଇଁ ସଚେତନତା ଶିବିର।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରଙ୍କ ପାଇଁ ସଚେତନତା ଶିବିର।

କେନ୍ଦୁଝର, ୯ା୧୨: କେନ୍ଦୁଝର ମୁଣ୍ଡୁଆସ୍ଥିତ ସଂସ୍କୃତିଭବନ ଠାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ କୌଳିକ ବୃତ୍ତିରେ ପରିବାର ପ୍ରତିପୋଷଣ କରୁଥିବା ବାରିକ, ବଢେଇ, ମୋଚି, କଣ୍ଡେଇ ଖେଳନା, ମାଛ ଜାଲ ବୁଣାଳୀ, ଫୁଲମାଳା ନିର୍ମାତା, ବଣିଆ/ସୁନାରୀ, ହାମର/ଟୁଲକିନ, କମାର, ତାଲା ନିର୍ମାଣ, ରାଜମିସ୍ତ୍ରୀ, ଧାତୁ ପଦାର୍ଥ ନିର୍ମାଣକାରୀ, କୁମ୍ଭାର, ମୂର୍ତ୍ତୀକାର, ଧୋବା, ଅସ୍ତ୍ରଶସ୍ତ୍ର, ବାସ୍କେଟ ନିର୍ମାଣ କରୁଥିବା ୧୧୦ ଜଣ ହିତାଧିକାରୀ ଅଂଶ୍ରଗ୍ରହଣ କରିଥିଲେ । ଏଥିରେ ଏମଏସ୍‌ଏମଇ ଡିଏଫଓ, କଟକ ର ସହ ନିର୍ଦ୍ଦେଶକ ସୁବାସ କୁମାର ସାହୁ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ରଖିଥିଲେ । ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ ବ୍ୟାଙ୍କର ସର୍କଲ ମୁଖ୍ୟ ସୁଶାନ୍ତ କୁମାର ବେହେରା ବ୍ୟାଙ୍କର ସୁବିଧା ଏବଂ ୩୪ଜଣ ହିତାଧିକାରଙ୍କୁ ମାଗଣାରେ କ୍ୟୁଆର କୋର୍ଡ ପ୍ରଦାନ କରିଥିଲେ । ଏନଏସଡିସିର ପ୍ରବକ୍ତା ଲକ୍ଷ୍ମୀପ୍ରୀୟା ମହାନ୍ତି ହିତାଧିକାରୀମାନଙ୍କ ସାମର୍ଥ୍ୟ ବଢାଇବା ପାଇଁ ବେସିକ ଟ୍ରେନିଂ କିଭଳି ସାହାଯ୍ୟ କରୁଛି ଏବଂ ମିଳୁଥିବା ଷ୍ଟାଇପେଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଯେଉଁମାନଙ୍କର କିଛି ଅସୁବିଧା ରହିଛି ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର, କେନ୍ଦୁଝର ର ସହାୟକ ଅଧିକାରୀ ଶ୍ରୀମତୀ ମଲ୍ଲିକା ମୁର୍ମୁ ପିଏମ ବିଶ୍ୱକର୍ମା ହିତାଧିକାରୀମାନଙ୍କର ଚୟନ ପ୍ରକ୍ରୀୟା ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସ୍ମିମ ର ଡୋମେନ ଏକ୍ସପୋର୍ଟ ଅନୁବ୍ରତ ବେହେରା, ଜ୍ଞାନରଞ୍ଜନ ସାମନ୍ତ ସିଂହାର ସମସ୍ତ ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ଋଣ ନେଇ ଟଙ୍କାର ସଦୁପଯୋଗ କରିବା, ନିଜର ବ୍ୟବସାୟକୁ ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ୠଣ ବହୁତ କମ ଲୋକଙ୍କୁ ମିଳିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଭୁବନେଶ୍ୱରସ୍ଥିତ କ୍ରସ ସଫ୍ଟ ଟେକ୍ନୋଲୋଜି ସଲ୍ୟୁସନ ର ପ୍ରତିଷ୍ଠାତା ତଥା ଡିଜିଟାଲ ମାର୍କେଟିଂ ବିଶାରଦ ସତ୍ୟଜିତ୍ ପରିଜା ଅନଲାଇନରେ ମାର୍କେଟିଂ କରିବାର ପଦ୍ଧତି, ଏହାଦ୍ୱାରା ଅଳ୍ପ ପରିଶ୍ରମ ଏବଂ ସମୟ ବ୍ୟବଧାନରେ ଅଧିକା ବିକ୍ରୀ କରିବାର କ୍ଷମତା ବିଷୟରେ ବୁଝାଇଥିଲେ । ବିଭିନ୍ନ ହିତାଧିକାରୀମାନଙ୍କର ଦ୍ରବ୍ୟ ଗୁଡିକର ଫଟୋ ଦେଖାଇବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କ ର ଅନଲାଇନରେ ମେସୋ ପ୍ଲାଟଫର୍ମରେ ଫଟୋ ଅପଲୋଡ କରିଥିଲେ । ଶେଷରେ ଏମଏସ୍‌ଏମଇ ଡିଏଫଓ, କଟକ ର ସହ ନିର୍ଦ୍ଦେଶକ ଅଭିମନ୍ୟୁ ମୋଦି ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦୁଝର ଜିଲ୍ଲାରେ ୫୭୬ କୌଳିକ ବୃତ୍ତି ଟ୍ରେନିଂ ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୫୬୬ଜଣଙ୍କୁ ବ୍ୟବସାୟ ପାଇଁ ଯନ୍ତ୍ରପାତି(ଟୁଲ କିଟ) ପ୍ରଦାନ କରାଯାଇ ସାରିଲାଣି । ସେହିପରି ଋଣ ପାଇଁ ଆବେଦନ କରିଥିବା ୨୭୫ ଜଣଙ୍କ ମଧ୍ୟରୁ ୮୦ଜଣ ହିତାଧିକାରୀଙ୍କୁ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342

12
785 views