
ସନ୍ଥକବି ଭୀମଭୋଇ ମହିମା ପୀଠ ମୁଖ୍ୟ ପରିଚାଳକ ଙ୍କୁ ଆଶାଳିନ ବ୍ୟବହାର ପ୍ରଦର୍ଶନ ! ଥାନାରେ ଅଭିଯୋଗ l
ଅନୁଗୋଳ (କରୁଣାକର ନାୟକ )6/12 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ଧଉରାପାଲି ପଂଚାୟତ ଅନ୍ତର୍ଗତ ବଏଜା ଝାରବନ୍ଧୁଲି ସ୍ଥିତ ସନ୍ଥ ଭୀମଭୋଇ ମହିମା ପୀଠ ର ମୁଖ୍ୟ ପରିଚାଳକ ବାବା ମନ୍ଦରଧର ଦାସ ଙ୍କୁ ବଏଜା ଗ୍ରାମର ମାନସୀ ମହାନନ୍ଦିଆ ଆଶାଳିନ ଭାଷାରେ ଗାଳି ଗୁଲଜ କରି ଥିବା କିଶୋର ନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ନେବାରେ ଜଣାଯାଏ କି ଧଉରାପାଲି ପଂଚାୟତ ର ସରପଞ୍ଚ ଙ୍କୁ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ବିପକ୍ଷ ଦଳ ଅନ୍ୟତ୍ର ଉଠାଇ ନେଇଥିବା ସ୍ଥଳେ ବଏଜା ଗ୍ରାମର ମାନସୀ ମହାନନ୍ଦିଆ କିଛି ମହିଳା ମାନଙ୍କୁ ଧରି ତା 6/12/25 ରିଖ ଦିନ 1 ଘଂଟିକା ସମୟରେ ସଦଳବଳେ ସନ୍ଥ କବି ଭୀମଭୋଇ ମହିମା ପୀଠରେ ଅତର୍କିତ ଭାବରେ ପଶି ମଠର ମୁଖ୍ୟ ପରିଚାଳକ ବାବା ମନ୍ଦରଧର ଦାସ ଙ୍କୁ ମାନସୀ ମହାନନ୍ଦିଆ ନାଲିଆଖି ଦେଖାଇ ନନା ଆଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧମକ ଦେଇ କହିଲେକି ଆମ ପଂଚାୟତ ର ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ମଠର କୋଠରୀ ଭିତରେ ଲୁଚାଇ ରଖିଛ ଶୀଘ୍ର କବାଟ ଖୋଲ କହି ଉଗ୍ରରୂପ ଧାରଣ କରି ଠିଆ ହୋଇ ରହିଥିଲେ l ଭୟରେ ଆତୁର ହୋଇ ବାବା ମନ୍ଦରଧର ଦାସ ମଠ ର ସମସ୍ତ କୋଠରୀ ଖୋଲି ଥିଲେ l ଘରଦ୍ୱାର ଖୋଲି ଦେଖିଲା ବେଳେ କିଛି ସନ୍ଧାନ ମିଳିଲା ନାହିଁ ନିରାଶରେ ମୁହଁ ପୋତି ମାନସୀ ମହାନନ୍ଦିଆ ସମସ୍ତ ମହିଳାଙ୍କୁ ଧରି ଘରକୁ ଫେରି ଯାଇଥିଲେ l ଗୋଟିଏ ଧର୍ମ ଅନୁଷ୍ଠାନ ରେ ରାଜନୈତିକ ଚିନ୍ତାଧାରା ଭର୍ତ୍ତି ଜଣେ ମହିଳା ଜଣେ ଧର୍ମ ବିଶ୍ୱାସୀ ମହିମା ଧର୍ମ ର ପ୍ରଚାରକ ଙ୍କୁ ଆଶାଳିନ ବ୍ୟବହାର ପ୍ରଦର୍ଶନ କୁ ମଠର ପରିଚାଳନା କମିଟି ଦୃଢ ନିନ୍ଦା କରିଛନ୍ତି l ଧର୍ମ ଭାବନାକୁ କୁଠାରଘାତ କରୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସନ୍ଥକବି ଭୀମଭୋଇ ମହିମା ପୀଠ ପରିଚାଳନା କମିଟି ର ସଭାପତି ଅନାମ ବେହେରା କିଶୋର ନଗର ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି l