ବାବା ରାମେଶ୍ବର ମନ୍ଦିର ପରିଚାଳନା ଓ ପରିବେଶ ସୁରକ୍ଷା ସମିତି ତରଫରୁ ବଡଘାଗରା ପରିସର ରେ ସଫେଇ କାର୍ଯକ୍ରମ।
ବାବା ରାମେଶ୍ବର ମନ୍ଦିର ପରିଚାଳନା ଓ ପରିବେଶ ସୁରକ୍ଷା ସମିତି ତରଫରୁ ବଡଘାଗରା ପରିସର ରେ ସଫେଇ କାର୍ଯକ୍ରମ।କେନ୍ଦୁଝର ସହରର ସନ୍ନିକଟରେ ଥିବା ଏକ ଅଗ୍ରଣୀ ଏବଂ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବଡ଼ଘାଗରା ପରିସରକୁ ବାବା ରାମେଶ୍ୱର ମନ୍ଦିର ପରିଚାଳନା ଓ ପରିବେଶ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବହୁ ପର୍ଯ୍ୟଟକ ବଡଘାଗରାକୁ ଭ୍ରମଣ କରିବାକୁ ଆସି ଏଠାରେ ଭୋଜିଭାତ ସହ ଆମୋଦପ୍ରମୋଦ କରିଥାନ୍ତି। ଏକ ପ୍ରତିଷ୍ଠିତ ଏବଂ ଅଗ୍ରଣୀ ପର୍ଯ୍ୟଟନସ୍ଥଳୀ ରୂପେ ବଡଘାଗରାର ବେଶ ଜନାଦୃତ ଓ ପରିଚୟ ଅଛି। ବହୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ବହୁ ସମୟରେ ଉକ୍ତ ପର୍ଯ୍ୟଟନସ୍ଥଳୀ ଅପରିଷ୍କାର ହୋଇ ପଡିଥିବାର ଦୃଷ୍ଟି ଗୋଚର ହୁଏ। ତେଣୁ ବାଗଘାଗରା ପରିସରକୁ ବାବା ରାମେଶ୍ୱର ମନ୍ଦିର ପରିଚାଳନା ଓ ପରିବେଶ ସୁରକ୍ଷା ସମିତି ର କର୍ମକର୍ତ୍ତାମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ହୋଇଥିବାରୁ ତାହା ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସିତ ହୋଇପାରିଛି। ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342