logo

ଭୂଇଁପୁର ରେ "ହାତୀ ସୁରକ୍ଷା " ସଚେତନତା କାର୍ଯ୍ୟକ୍ରମ।

ଭୂଇଁପୁର ରେ "ହାତୀ ସୁରକ୍ଷା " ସଚେତନତା କାର୍ଯ୍ୟକ୍ରମ।

ଚମ୍ପୁଆ -5/12 ଚମ୍ପୁଆ ବ୍ଲକ ଭୂଇଁପୁର ପଞ୍ଚାୟତ ଅନ୍ତର୍ଗତ ଭୂଇଁପୁର ଗ୍ରାମ ମେରମେଦା ନଈ କୂଳ ହାତୀମରା ବାବା ବିଶ୍ୱନାଥ ମହାଦେବ ମନ୍ଦିର ପରିସରରେ ଜଙ୍ଗଲ ଓ ପରିବେଶ ବନ ବିଭାଗ ସହାୟତା ରେ ଆର. ପି ଗାର୍ଲସ ହାଇସ୍କୁଲ ଆନୁକୂଲ୍ୟରେ "ହାତୀ ସୁରକ୍ଷା " ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଆର. ପି ଗାର୍ଲସ ହାଇସ୍କୁଲ ପ୍ରଧାନଶିକ୍ଷକ ହିମାଂଶୁ ଭୂଷଣ ମହାନ୍ତ ସଭାପତିତ୍ୱ କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମହେଶ ଚନ୍ଦ୍ର ମୁଣ୍ଡା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବୟିତ୍ରୀ ତଥା ହିନ୍ଦୀ ଶିକ୍ଷୟିତ୍ରୀ ସୁଭଦ୍ରା ମହାନ୍ତ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଭକ୍ତବନ୍ଧୁ ବାରିକ, ଅଚୁତ୍ୟ ମହାରଣା, ଜଗଦୀଶ ପଣ୍ଡା, ପ୍ରଫୁଲ୍ଲ ବାରିକ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ହାତୀ ପ୍ରତି ସମ୍ବେଦନଶୀଳ ସହାନୁଭୂତି ପ୍ରଦର୍ଶନ କରିବାକୁ ଦିଗଦର୍ଶନ ଦେଇଥିଲେ l ବିଦ୍ୟାଳୟ ର ଛାତ୍ରୀ ସ୍ଵପ୍ନାରାଣୀ ମୁଣ୍ଡା ହାତୀ ସୁରକ୍ଷା ଉପରେ ଅଭିଭାଷଣ ଦେଇଥିଲେ l ବନ ବିଭାଗ ଓ ବିଦ୍ୟୁତ ବିଭାଗ ର ଦିଗଦର୍ଶନ ରେ ସଚେତନତା ସଭା କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଦ୍ୟାଳୟ ର ଏନର୍ଜି କ୍ଳବ, ଇକୋ କ୍ଳବ ର ସଦସ୍ୟ, ଛାତ୍ର ଛାତ୍ରୀ, ଯୁବକ ସଂଘ ସଦସ୍ୟ, ଗ୍ରାମ ତଥା ଅଞ୍ଚଳବାସୀ ଏଥିରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ରୋହିଣୀ ମହାନ୍ତ, ପୁଷ୍ପାଞ୍ଜଳୀ ମହାନ୍ତ, ଚିନ୍ନାମଣୀ ମହାନ୍ତ, ଶିକ୍ଷକ ହୃଷିକେଶ ପ୍ରଧାନ, ଦେବରାଜ ବାରିକ, ଗୋଲକ ମହାନ୍ତ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତଙ୍କ ରିପୋର୍ଟ, ମୋବାଇଲ: 94381 18687

13
908 views