logo

ବାଇକ୍ କୁ ଧକ୍କା ଦେଲା ବାଇକ୍ ୫ ଗୁରୁତର।

ବାଇକ୍ କୁ ଧକ୍କା ଦେଲା ବାଇକ୍ ୫ ଗୁରୁତର।

ପାଟଣା:୪/୧୨,କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ବାରତୁଣିଆ ସ୍କୁଲ ଛକ ନିକଟରେ ଆଜି ସକାଳେ ୨ ଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବୃଦ୍ଧା ଙ୍କ ସମେତ ୪ ଗୁରୁତର ହୋଇଛନ୍ତି ଗୁରୁତର ଆହତ ମାନେ ହେଲେ ବରାଟିପୁରା ଗ୍ରାମର ଦାସ ମୁଣ୍ଡା (୨୬) ଏବଂ ବିଜାନାଳୀ ଗ୍ରାମର ରାଜା ମୁଣ୍ଡା (୧୯)ଓ ଅନ୍ୟ ଜଣେ ବୋଲି ଜଣାପଡିଛି ।ଅନ୍ୟ ଏକ ବାଇକରେ ବାରଟୁଣିଆ ଗ୍ରାମର ବିଜୟ ଭୂଷଣ ମହାନ୍ତ (୩୩) ଓ ତାଙ୍କର ଜେଜେମା ଲକ୍ଷ୍ମୀ ମହାନ୍ତ (୭୨) ।ସୂଚନା ଅନୁଯାୟୀ ଆଜି ସକାଳେ ବରାଟିପୁରା ଗ୍ରାମର ୩ ଜଣ ସାଙ୍ଗ ହୋଇ ବାରଟୁଣିଆ ଗାଁ କୁ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତେ ରାସ୍ତା ଉପରେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଗାଡ଼ି ଯୋଗେ ସମସ୍ତ ଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିବା ସୂଚନା ମିଳିଛି।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ/ମୋବାଇଲ: ୯୪୩୯୨୧୧୧୭୮

3
534 views