ଧର୍ମପ୍ରାଣା ରେଣୁବାଳା ମିଶ୍ରଙ୍କ ଦ୍ୱାଦଶାହ ସମ୍ପନ୍ନ।
ଧର୍ମପ୍ରାଣା ରେଣୁବାଳା ମିଶ୍ରଙ୍କ ଦ୍ୱାଦଶାହ ସମ୍ପନ୍ନ।
--------------------------------------------
କେନ୍ଦୁଝର, ତା୩/୧୨- କେନ୍ଦୁଝରଗଡ଼ ପୁରୁଣା ସହର ବିଶ୍ୱେଶ୍ୱରପୁର ଶାସନର ପରୋପକାରୀ ଧର୍ମପ୍ରାଣା ମହିଳା ରେଣୁବାଳା ମିଶ୍ର(୭୩)ଙ୍କ କିଛି ଦିନ ତଳେ ଦେହାନ୍ତ ହୋଇଥିଲା, ଆଜି ତାଙ୍କର ଦ୍ୱାଦଶାହ ଅନୁଷ୍ଠିତ ହୋଇଯାଇଛି। ତାଙ୍କର ସ୍ୱାମୀ ମନ୍ମଥ କୁମାର ମିଶ୍ର ଜଣେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ବଡ ପୁଅ ମିହିର ଅଧିବକ୍ତା ଏବଂ ସାନପୁଅ ମିଲନ ମିଶ୍ର ଜଣେ ସମାଜସେବୀ ତଥା ସୁଲେଖକ ଭାବେ ପ୍ରତିଷ୍ଠିତ। ପ୍ରଭୁ ବଳଦେବଙ୍କ ପ୍ରତି ନିଷ୍ଠା ରଖିଥିବା ଏହି ମହିୟସୀ ମହିଳାଙ୍କ ବିୟୋଗରେ ଅନେକ ଶୋକବ୍ୟକ୍ତ କରିଛନ୍ତି। ଆଜି ଦ୍ୱାଦଶାହରେ ବିଭିନ୍ନ ବର୍ଗର ଲୋକ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792