logo

ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫ ଉଦଯାପିତ।

ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫ ଉଦଯାପିତ।
--------------------------------------------------

କେନ୍ଦୁଝର, ତା୨/୧୨- ମଣ୍ଡଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ସଦର କେନ୍ଦୁଝରର ସ୍ଥାନୀୟ ମହାଲକ୍ଷ୍ମୀ ଉଚ୍ଚ ବିଦ୍ୟାଳୟ, ପଦ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦର ବ୍ଲକ କେନ୍ଦୁଝର ବିନୋଦ ବିହାରୀ ପଣ୍ଡା ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ରୁଦ୍ର ନାରାୟଣ ସାମଲ,ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ତଥା ବିଆରସିସି ମାନସ ରଞ୍ଜନ ମିଶ୍ର ବିଜ୍ଞାନ ପ୍ରଦର୍ଶନୀର ବିବରଣୀ ପ୍ରଦାନ କରିଥିବା ବେଳେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ କପିଳ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ। ମଣ୍ଡଳ ଶିକ୍ଷାଧିକାରୀ ଓଁକାର ଅନ୍ଵେଷ ମଞ୍ଚର ସଭାପତିତ୍ବ କରିଥିବା ବେଳେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ। ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ୭ଟି ଉପ ବିଷୟ ବସ୍ତୁର ୧୫୮ଟି ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ୪୪ଟି ମୋଟ ପ୍ରକଳ୍ପ ୨୦୨ଟି ଆସିଥିଲା। ଏଥିମଧ୍ୟରୁ ପ୍ରତି ଉପ ବିଷୟ ବସ୍ତୁରୁ ସର୍ବୋତ୍କୃଷ୍ଟ ପ୍ରକଳ୍ପଟି ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଏଲିମେଣ୍ଟାରୀ ଓ ସେକଣ୍ଡାରୀ ପ୍ରତ୍ୟେକରୁ ତିନୋଟି ସର୍ବୋତ୍କୃଷ୍ଟ ପ୍ରକଳ୍ପ ଜିଲ୍ଲା ସ୍ତରରେ ହେବାକୁ ଥିବା ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। ସଦର ବ୍ଳକର ସମସ୍ତ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଏହି ବିଜ୍ଞାନ ପ୍ରଦର୍ଶନୀ ସମ୍ପାଦିତ ହୋଇଥିଲା। ଉଦଯାପନୀ ସମାରୋହରେ ହରିଚନ୍ଦନପୁର ବ୍ଲକର ମଣ୍ଡଳ ଶିକ୍ଷାଧିକାରୀ ଚିନ୍ମୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ବୈଜ୍ଞାନିକ ମାନଙ୍କୁ ପ୍ରମାଣପତ୍ର ଟ୍ରଫି ପ୍ରଦାନ କରିଥିଲେ।

13
974 views