logo

ମୁଖ୍ୟମନ୍ତ୍ରୀ ଙ୍କ ଅନୁଦାନ ପାଣ୍ଠିରୁ ଦୁଇ ଗୋଟି ମକର ଘାଟ ନିମନ୍ତେ ଭୂମି ପୂଜନ।

ମୁଖ୍ୟମନ୍ତ୍ରୀ ଙ୍କ ଅନୁଦାନ ପାଣ୍ଠିରୁ ଦୁଇ ଗୋଟି ମକର ଘାଟ ନିମନ୍ତେ ଭୂମି ପୂଜନ।
---------------------------------------------------

ଯୋଡ଼ା-୦୨/୧୨, ଓଡିଆ ଙ୍କ ବାର ମାସରେ ୧୩ ପର୍ବ ସେଥି ମଧ୍ୟରୁ ମକର ପର୍ବ ଅନ୍ୟତମ। ଏହି ଦିନରେ ଭକ୍ତ ମାନେ ପବିତ୍ର ନଦୀରେ ବୁଡ଼ ପକାଇଥାନ୍ତି। ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପରିଷଦ ଅଧିନସ୍ଥ ୫ ନମ୍ୱର ୱାର୍ଡ ଆଜାଦ ବସ୍ତି ତଥା ମନ୍ଦିର ସାହି ଠାରେ ଥିବା ସର୍ବପୁରାତନ ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ମନ୍ଦିର ନିକଟରେ ବହିଯାଇଥିବା ସୁନା ନଦୀ ରେ ମଧ୍ୟ ଭକ୍ତ ମନେ ବୁଡ଼ ପକାଇଥାନ୍ତି। ଉକ୍ତ ଶୈବ ପୀଠ ରେ ମକର ପର୍ବ ସମୟରେ ଶହ ଶହ ଭକ୍ତମାନଙ୍କର ସମାଙ୍ଗମ ହୋଇଥାଏ ଏବଂ ପାଖରେ ଥିବା ସୁନା ନଦୀ କୂଳରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକେଇ ମନ୍ଦିରରେ ଶିବ ଠାକୁରଙ୍କୁ ଦର୍ଶନ କରି ଆଶିର୍ବାଦ ପ୍ରାପ୍ତ କରିଥାନ୍ତି। ତେବେ ସୁନା ନଦୀ କୂଳରେ ମାଟି ଅବକ୍ଷୟ ହେବା ଫଳରେ ଉକ୍ତ ସ୍ଥାନ ରେ ଭକ୍ତମାନେ ଆଉ ବୁଡ଼ ପକେଇ ପାରୁ ନଥିଲେ। ତେଣୁ ବିଶ୍ୱ ହିନ୍ଦୁ ପରିଷଦ ଯୋଡ଼ା ନଗର ର ସଭାପତି ଶ୍ରୀ ରଞ୍ଜିତ ମହାକୁଡ଼ ଏହି ନଦୀ କୂଳରେ ଗୋଟିଏ ମକର ଘାଟ ଏବଂ ମୁସଲିମ ମାର୍କେଟ ନିକଟରେ ଆଉଗୋଟିଏ ଘାଟ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଦରଖାସ୍ତ ପ୍ରଦାନ ଥିଲେ। ପରିଣାମ ସ୍ବରୂପ ମାନ୍ୟବର ମୂଖ୍ୟମନ୍ତ୍ରୀ ଭକ୍ତ ମାନଙ୍କ କଥା ରଖି ଦୁଇଗୋଟି ଘାଟ ନିର୍ମାଣ ନିମନ୍ତେ ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ତାଙ୍କର ନିଜସ୍ୱ ଅନୁଦାନ ପାଣ୍ଠିରୁ ମଞ୍ଜୁର କରିଛନ୍ତି। ଯାହାକି ଗତକାଲି ସୋମବାର ତାହାର ଭୂମିପୂଜାନ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଗଣେଶ୍ୱର ମହାନ୍ତ ଏବଂ ବିଜେପି ନେତା ବିବେକା ମହାନ୍ତ ଯୋଗ ଦେବା ସହିତ ବିଶ୍ୱ ହିନ୍ଦୁ ପରିଷଦ ଯୋଡ଼ା ନଗର ର ସଭାପତି ଶ୍ରୀଯୁକ୍ତ ରଞ୍ଜିତ ମହାକୁଡ଼ ଏବଂ ବିଜେଡି ନେତା ରବି ନାରାୟଣ ଦାସ, ପାଞ୍ଚ ନମ୍ବର ୱାର୍ଡ ସଭ୍ୟ ଆବୁଲ ହାସନ ମଧ୍ଯ ଉପସ୍ଥିତ ଥିଲେ। ଭୂମି ପୂଜନ ସମୟରେ ଶହ ଶହ ଭକ୍ତ ମଧ୍ଯ ଉପସ୍ଥିତ ଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଖୁବ ପ୍ରଶଂସା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ଆହୁରି ଉନ୍ନତି ମୂଳକ ଯୋଜନା ରଖୁଛନ୍ତି ବୋଲି ଶ୍ରୀ ଗଣେଶ୍ୱର୍ ମହାନ୍ତ ଓ ବିବେକା ମହାନ୍ତ ତାଙ୍କ ବକ୍ତବ୍ୟରେ ଲୋକ ମାନଙ୍କୁ ସୂଚନା ଦେଇ ଥଲେ।

କୃଷ୍ଣଚନ୍ଦ୍ର ପାତ୍ରଙ୍କ ରିପୋର୍ଟ,
(ଯୋଡ଼ା ଅଞ୍ଚଳ), ମୋ-୯୧୧୪୧୫୯୨୩୭

35
1089 views