logo

ବଢ଼ି ଚାଲିଥାଉ ଗଛ ଲତା- ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ବଢ଼ି ଚାଲିଥାଉ ଗଛ ଲତା
------------------------
ନୀଳମଣି ଚାନ୍ଦ

ଜନଗଣନାରୁ ଜାଣିହୁଏ
ଜନସଂଖ୍ୟା ବଢ଼ି କେତେ ଛୁଏଁ ।
ମଣିଷଙ୍କ ସଂଖ୍ୟା ଅଛି ଯେତେ
ଗଣିଲ ଗଛ କି ହେବ ସେତେ ?
ଏ ମାଟିରେ ଲୋକ ଯେତେ ଅଛ
ଜଙ୍ଗଲରେ ନାହିଁ ସେତେ ଗଛ ।
ବଢୁଛି ମଣିଷ ସଂଖ୍ୟା ପରା
ଗହଳିରେ ରାସ୍ତା ହୁଏ ଭରା ।
ହେଲେ ବଢ଼େ ନାହିଁ ଗଛଲତା
ବସି ଭାବିଛ କି ସେଇ କଥା ?
ଲୋକ ସଂଖ୍ୟା ବଢୁ ଗଛ ବଢୁ
ସଭିଙ୍କ ନଜର ଟିକେ ପଡୁ।
ଗଛ ଦରକାରୀ ,ଉପକାରୀ
ତା ମୂଳରେ ବସେ ପଢ଼ା ସାରି ।
ଫୁଲ ଫଳ ତୋଳି ନିଏ ନାହିଁ
ଦିଏ ଛାଇ ସିଏ ଆମ ପାଇଁ।
ପରିବେଶର ସେ ଜଗୁଆଳ
ଭାଙ୍ଗିବିନି ଜମା ତା'ର ଡାଳ ।
ବଢ଼ି ଚାଲିଥାଉ ଗଛଲତା
ପ୍ରଚାର କରିବା ଏଇ କଥା ।

ପୁରୁଣିଆଁ, ଶାଳପଡା,ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

3
671 views