logo

ଝରାଫୁଲ- ଡଃ ଶୁଭେନ୍ଦୁ ମେହେର ଙ୍କ ଦ୍ଵାରା ରଚିତ କବିତା।

ଝରାଫୁଲ
----------

ଅଦିନେ ଝଡ଼ିବା ପାଇଁ କି ଜନମ
ପାଇଥିଲା ଝରାଫୁଲ ।
ସମାଜ ବନ୍ଧନ ମାନବିକତା କି ?
ଦେଇପାରିବ ତା' ମୂଲ ।।

ପିତା ମାତା ଯେବେ ଜନମ କରିଲେ
ଜାଣି କି ଥିଲେ ଟି ଏହା ।
ଝିଅ ଜନମରେ କେତେ ଯେ' ବେଦନା
ବାପା ମା' ଜାଣନ୍ତି ତାହା ।।

ଆଜିର ସମାଜେ ନାରୀଟିଏ ଯେବେ
ହୋଇ ପାରିନାହିଁ ମୁକ୍ତ ।
କେମିତି କହିବା ଆମରି ଦେଶରେ
ଶାସନ ଚାଲିଛି ସୁସ୍ଥ ।।

ଝରାଫୁଲ ପରି କେତେ ଯେ' କୁମାରୀ
ଅବେଳେ ଯାଆନ୍ତି ଝଡି ।
ଅମଣିଷ ସବୁ ଖାଇ ଯାଉଛନ୍ତି
ହିଂସ୍ର ସମ ଉଠିପଡ଼ି ।।

ଭାରତ ମାତାର ସବୁଜ କୋଳରେ
ଏ କି କାରୁଣ୍ୟର ବେଶ ?
କଳ୍କୀ ସାଜି ଆସ ଆହେ ଝରାଫୁଲ
ହିଂସ୍ର କୁ କର ବିନାଶ ।।

ଡ.ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋବାଇଲ: 99384 33664

5
43 views