logo

ଭଣ୍ଡାରିଡିହା ସରସ୍ୱତୀ ଶିଶୁ ମନ୍ଦିର ରେ ୧୯ତମ ବାର୍ଷିକ କ୍ରୀଡା ଉତ୍ସବ।

ଭଣ୍ଡାରିଡିହା ସରସ୍ୱତୀ ଶିଶୁ ମନ୍ଦିର ରେ ୧୯ତମ ବାର୍ଷିକ କ୍ରୀଡା ଉତ୍ସବ।

ଘଷିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିଡିହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୯ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟ କ୍ରମର ପ୍ରାରମ୍ଭ ରେ ଶିଶୁ ଭାଇଭଉଣୀ ମାନେ ମଶାଲ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ପରମେଶ୍ଵର ମହାଦେବ ଙ୍କୁ ପୂଜାର୍ଚ୍ଚନା କରି ଖେଳପଡିଆ ରେ ପହଞ୍ଚି ପତକା ଉତ୍ତୋଳନ କରିଥିଲେ। ଭଣ୍ଡାରିଡିହା ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ ପତକା ଉତ୍ତୋଳନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ସୁଲୋଚନା ପଣ୍ଡା ଙ୍କ ସହଯୋଗ ର ପତକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିଶୁ ମନ୍ଦିର ର ସଭାପତି ପ୍ରବାସ ନନ୍ଦନ ରାଉତ, ସଂପାଦକ ବିପିନି ବିହାରୀ ରାଉତ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡା ର ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲେ। ସମସ୍ତ କ୍ରୀଡା କୁ ପ୍ରକାଶ ଚନ୍ଦ୍ର ପୁହାଣ, ଶୁଚିତ୍ର ସା, ରଞ୍ଜନ ରାଉତ, ଆରତୀ ପାଇକରାୟ, ପ୍ରସନ୍ନ ପୁହାଣ ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ଖେଳକୁ ଶୃଙ୍ଖଳିତ ଭାବେ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ। ୧୦୦ମିଟର ଓ ୨୦୦ମିଟର ଦୈଡ, ଲମ୍ବଡିଆଁ, ଗୋଳାଫିଙ୍ଗା, ଅଟା ଚକଲେଟ୍, ଅଙ୍କକଷା, ବାଲତିବଲ, ମ୍ୟୁଜିକଚେୟାର ଆଦି ଖେଳ ଅନୁଷ୍ଠିତ ହୋଇଥିଲା। କ୍ରୀଡା ରେ କୃତିକାର୍ଯ୍ୟ ହେଇଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ। ଆଚାର୍ଯ୍ୟା ଆରତୀ ପାଇକରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ

ଘଷିପୁରାରୁ ବିଜୟ ଜେନାଙ୍କ ରିପୋର୍ଟ,
ମୋବାଇଲ -୭୭୩୫୫୮୯୬୫୭

21
1125 views