logo

ବୁଦ୍ଧେଶ୍ୱର ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରଦ୍ଧାଳୁଙ୍କ କଳସ ଯାତ୍ରା।

ବୁଦ୍ଧେଶ୍ୱର ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରଦ୍ଧାଳୁଙ୍କ କଳସ ଯାତ୍ରା।

ପାଟଣା:୦୧/୧୨, ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ବଡ଼ବିଲ ଗ୍ରାମରେ ନବନିର୍ମିତ ବୁଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଗତକାଲି ଠାରୁ ଆରମ୍ଭ ହୋଇଛି। ଶନିବାର ଶିଳା ସଂସ୍କାର ସହ ଅଙ୍କୁରା ରୋପଣ ଓ ମଣ୍ଡଳ କରଣ କରା ଯାଇଥିଲା।ଆଜି ସକାଳୁ ବଡ଼ବିଲ ଓ ଏହି ପଞ୍ଚାୟତ ର ପାଖାପାଖି ଗ୍ରାମର ୨ ଶହରୁ ଉର୍ଦ୍ଧ୍ବ ଜଣ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ପାଦରେ ଚାଲି ଚାଲି ପାଟଣା ନିକଟ ପୁଣ୍ୟତ୍ୱୟା ବୈତରଣୀ ର ଧାନବେଣୀ ତଟରୁ ଜଳ ସଂଗ୍ରହ କରି କଳସ ଯାତ୍ରାରେ ବଡ଼ବିଲ ଯାଏ ପାଦରେ ଯିବା ଏକ ଆଧ୍ୟାତ୍ମିକ ମୟ ପରିବେଶ ସୃଷ୍ଟି କରିଥିଲା।କଳସ ଯାତ୍ରାରେ ମୋଟ ୭ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ସାମିଲ ଥିଲେ। ନବନିର୍ମିତ ମନ୍ଦିର ପରିସରରେ କଳସ ଯାତ୍ରା ପହଞ୍ଚିବା ପରେ ସୂର୍ଯ୍ୟ ପୂଜା ଓ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ୧ ତାରିଖ ପବିତ୍ର ସୋମବାର ରେ ଲିଙ୍ଗ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଯଜ୍ଞ କାର୍ଯ୍ୟ ରେ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ଗୋଲାପ ନାୟକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜକ ପଣ୍ଡିତ ଫକୀର ମୋହନ ଦ୍ବିବେଦୀ ଯଜ୍ଞର ମୁଖ୍ୟ ପୁରୋଧା ଭାବେ କାର୍ଯ୍ୟ କରୁଥିବା ବେଳେ ପଣ୍ଡିତ ସୁଶାନ୍ତ ଶେଖର ଦାଶ କର ଶର୍ମଣ, ପଣ୍ଡିତ ରବି ନାରାୟଣ ଦାଶ, ପଣ୍ଡିତ ସୁନିଲ ପାଢୀ ଓ ପଣ୍ଡିତ
ରଞ୍ଜି କୁମାର ଶତପଥୀ ପ୍ରମୁଖ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କୁ ଆଗେଇ ନେଇଛନ୍ତି। ପ୍ରାଣ ପ୍ରତିଷ୍ଠା ପରେ ୨ ତାରିଖ ମଙ୍ଗଳବାର ମହାସ୍ନାନ ଷୋଡଶ ଉପଚାର, ବଡ ସିଂହାର ବେଶ ବା ନବଯୌବନ ଦର୍ଶନ ଓ ପୂର୍ଣ୍ଣାହୁତି ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପବିତ୍ର କାର୍ଯ୍ୟରେ ଯୋଗଦାନ କରିବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ/ମୋବାଇଲ: ୯୪୩୯୨୧୧୧୭୮

15
3360 views