logo

କବି ଅମୂଲ୍ୟ ମିଶ୍ର ଙ୍କ ବିୟୋଗ ରେ ମିଳନୀ ରେ ଶୋକ!

କବି ଅମୂଲ୍ୟ ମିଶ୍ର ଙ୍କ ବିୟୋଗ ରେ ମିଳନୀ ରେ ଶୋକ!
*******************************
କେନ୍ଦୁଝର ତା ୩୦/୧୧- କବି ଅମୂଲ୍ୟ କୁମାର ମିଶ୍ରଙ୍କର ଅକାଳ ବିୟୋଗରେ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ପକ୍ଷ ରୁ ଶୋକସଭା ମିଳନୀ ର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି।
ପ୍ରାରମ୍ଭ ରେ ଦିବଂଗତ ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କବି ଅମୂଲ୍ୟ ମିଶ୍ର ଙ୍କ ସୃଜନ ଜୀବନ ସମ୍ପର୍କରେ ସମ୍ପାଦକ କବି ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସୂଚାଇ ଥିଲେ। ମିଳନୀ ର ଉପସଭାପତି କବି ସୁଧା ଦାଶଙ୍କ ସଂଯୋଜନା ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ମମତା ରାଣୀ ଦାସ, ଇନ୍ଦୁମତି ପାତ୍ର, ରିତାଞ୍ଜଳି ସାହୁ,ବୀଣାପାଣି ଜେନା, ଜ୍ୟୋସ୍ନା ପାଢ଼ୀ, ବିଜୟ ଲକ୍ଷ୍ମୀ ମହାନ୍ତି , ଡକ୍ଟର୍ ସୁମନ୍ତ୍ର ନାଏକ, ଡକ୍ଟର ବିପିନ ବିହାରୀ ମହାପାତ୍ର, ଦେବଦତ୍ତ ଦେହୁରୀ, ଉମାକାନ୍ତ ବେହେରା , ଭରତ ଚନ୍ଦ୍ର ପାତ୍ର, ହରିହର ମହାନ୍ତ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଅମୂଲ୍ୟ ଙ୍କ ଅକାଳ ବିୟୋଗ କେନ୍ଦୁଝର ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ର ଓ ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ।

28
892 views