logo

୯୫ତମ ଜନ୍ମଜୟନ୍ତୀରେ ଗବେଷକ ସ୍ଵର୍ଗତ ରମେଶ ଚକ୍ରବର୍ତ୍ତୀଙ୍କ ପୁସ୍ତକ ‘ସମୟ ଆଇନାରେ କେନ୍ଦୁଝର'ର ୨ୟ ସଂସ୍କରଣ ଉନ୍ମୋଚିତ।

୯୫ତମ ଜନ୍ମଜୟନ୍ତୀରେ ଗବେଷକ ସ୍ଵର୍ଗତ ରମେଶ ଚକ୍ରବର୍ତ୍ତୀଙ୍କ ପୁସ୍ତକ ‘ସମୟ ଆଇନାରେ କେନ୍ଦୁଝର'ର ୨ୟ ସଂସ୍କରଣ ଉନ୍ମୋଚିତ।

କେନ୍ଦୁଝର,ତା୨୬/୧୧- ଆଜି କେନ୍ଦୁଝର ହୋଟେଲ ଶ୍ରୀକ୍ଷେତ୍ର ଇଣ୍ଟରନ୍ୟାସନାଲ ସମ୍ମିଳନୀ କକ୍ଷରେ କେନ୍ଦୁଝରର ଭୂମିପୁତ୍ର ବିଶିଷ୍ଟ ଗବେଷକ ସ୍ବର୍ଗତ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ରଚିତ "ସମୟର ଆଇନାରେ କେନ୍ଦୁଝର"ର ଦ୍ଵିତୀୟ ସଂସ୍କରଣ ପାଠକାର୍ପଣ ହୋଇଯାଇଛି। ଲେଖକଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲାର ବହୁ ବିଶିଷ୍ଟ କବି ଲେଖକ, ଗବେଷକ,ଶିକ୍ଷାବିତ, ଆଇନଜୀବୀ,ସମାଜସେବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ସମାରୋହ ପରିଚାଳନା କରିଥିଲେ ପ୍ରାଧ୍ୟାପକ ଡ଼ଃ ସୁଧା ଦାସ। ସ୍ୱାଗତ ସମ୍ଭାଷଣ ରଖିଥିଲେ କବି ଦେବାଶିଷ ଚକ୍ରବର୍ତ୍ତୀ, ଅତିଥି ବୃନ୍ଦଙ୍କୁ ପୁଷ୍ପ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଆଡ଼ଭାକେଟ ଅଂଶୁମାନ ଚକ୍ରବର୍ତ୍ତୀ। ପ୍ରଥମ ସଂସ୍କରଣର ବ୍ୟାପକ ଆଦୃତ ଯୋଗୁଁ ସ୍ବର୍ଗତ ଚକ୍ରବର୍ତ୍ତୀଙ୍କ କନିଷ୍ଠ ପୁତ୍ର ଆଇନଜୀବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ପାଠକୀୟ ଭାବାବେଗକୁ ସମ୍ମାନ ଜଣାଇ ଦ୍ଵିତୀୟ ସଂସ୍କରଣ ପୁନଃମୁଦ୍ରିତ କରାଇ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ କେନ୍ଦୁଝର ସମ୍ପର୍କରେ ବହୁ ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆଣି ପାରିଥିବାରୁ ସାଧାରଣରେ ପ୍ରଶଂସିତ ହୋଇଛନ୍ତି। ସ୍ବର୍ଗତ ରମେଶ ଚକ୍ରବର୍ତ୍ତୀଙ୍କ ଅନେକ ଉପାଦେୟ ରଚନାବଳି ରାଜ୍ୟର ବହୁ ପତ୍ରପତ୍ରିକାରେ ନିୟମିତ ପ୍ରକାଶିତ ହେବାସହିତ ଅନେକ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଆଜିର ପୀଢ଼ି ପାଇଁ ଗବେଷଣାର ବିଷୟବସ୍ତୁ ହୋଇପାରିଛି।

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ମୋବାଇଲ: ୮୪୫୬୦୫୨୮୭୬

34
1408 views