
ତେଲକୋଇ ରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ।
ତେଲକୋଇରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ।
-------------------------------------------------
କେନ୍ଦୁଝର, ତା୨୪/୧୧- କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପ୍ରେସ କ୍ଲବ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ ଗାନ୍ଧିବାଦୀ ନେତା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତେଲକୋଇ ବ୍ଲକ ମଣ୍ଡଳ ସଭାପତି ସନାତନ ଦାଶ ଅଧ୍ୟକ୍ଷତା କରିଥିଲେ। ସ୍ବର୍ଗତ ଚୌଧୁରୀ ଜଣେ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ। ସମାଜରୁ କୁସଂସ୍କାର,ନିଶା,ଦାରିଦ୍ର୍ୟତା ହଟାଇବା ତାଙ୍କର ପଣ ଥିଲା। ନିଶା ନିବାରଣକୁ ସେ ବ୍ରତ ଭାବରେ ଗ୍ରହଣ କରିଥିଲେ। ତାଙ୍କରି ନୀତି ଆଦର୍ଶକୁ ପାଥେୟ କରି ସାରା ଓଡ଼ିଶାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଚାଲୁ ରହିଛି। 'ଓଡିଶାକୁ ନିଶା ମୁକ୍ତ ଓଡିଶା' ଭାବେ ଗଢି ତୋଳିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ବାବୁଲା ପ୍ରଧାନ, ଆଇନଜୀବୀ ନାରାୟଣ ପ୍ରଧାନ, ଭଦ୍ରସେନ ପ୍ରଧାନ, ତେଲକୋଇ ବ୍ଲକ 'ସାମ୍ବାଦ' ପ୍ରତିନିଧି ବିରଞ୍ଚି କୁମାର ବେହେରା, ସାମ୍ବାଦିକ ଅକ୍ଷୟ କୁମାର ପ୍ରଧାନ,ଅମରେଶ ଚନ୍ଦ୍ର ପ୍ରଧାନ, ଡିଲେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792