logo

୭୮ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ।

୭୮ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ।
-------------------------------------------------

ପାଟଣା: ୨୪/୧୧, ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ଆଜି ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭୮ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ବା ଏନ ସି ସି ଡେ ପାଳନ କରାଯାଇଛି। ସମଗ୍ର କାର୍ଯ୍ୟକ୍ରମ କୁ ଏନ ସି ସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟୟନ ରତ ୬୦ ଜଣ ଓ ୨୦ ଜଣ ପୁରାତନ ଏନ ସି ସି ଛାତ୍ର ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଗାନ୍ଧିବାଦୀ ଇଂ ବିଦ୍ୟାଧର ଦାଶ ଏନ ସି ସି ପତାକା ଉତ୍ତୋଳନ କରିଥିବା ବେଳେ ଏନ ସି ସି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏନ ସି ସି ସଙ୍ଗୀତ ଗାନ ଓ ଭାରତ ମାତା କି ଜୟ ଧ୍ୱନୀ ଦିଆଯିବା ସହ ଆକର୍ଷଣୀୟ ସାମରିକ କଳା କୌଶଳ ପ୍ରଦର୍ଶନ କରାଯାଇଥିଲା। ଏନ ସି ସି ଅଧିକାରୀ କ୍ୟାପଟେନ ଶ୍ରୀ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଇଂ ବିଦ୍ୟାଧର ଦାଶ ଙ୍କ ସହ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଆଶ୍ୱିନୀ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ ସନାତନ ଦାଶ ଓ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ କଠୋର ଅଧ୍ୟବସାୟ ସହ ସାଧୁତା, ନିଷ୍ଠା ଓ ପରୋପକାର ରେ ବ୍ରତୀ ହୋଇ ଜଣେ ଜଣେ ଭଲ ମଣିଷ ହେବାକୁ ମାର୍ଗ ଦର୍ଶନ ଦେଇଥିଲେ। ଏନସିସି ରେ ଯୋଗଦେଇ ନିଜର ଦକ୍ଷତା ପ୍ରତିପାଦିତ କରିଥିବା ଉତ୍ତମ ବିନ୍ଧାଣି, ସିପୁନ କୁମାର ମହାନ୍ତ, ଝାନସିରାଣୀ ନାଏକ, ଦୀପକ ପ୍ରଧାନ ଓ ତାପସ୍ୱିନୀ ମହାନ୍ତ ଙ୍କୁ ପ୍ରମାଣ ପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮

16
3046 views