logo

ନାବାଳିକା ଛାତ୍ରୀ ଅପହରଣ ଲଭ ଜିହାଦ ଅଭିଯୋଗ

ଭୁବନେଶ୍ୱର,୧୯.୧୧.୨୫(ଏ.ଆଇ.ଏମ.ଏ) ନାବାଳିକା ଛାତ୍ରୀ କୁ ଅପହରଣ ଲଭ-ଜିହାଦ ନେଇ ଅଭିଯୋଗ ଆଣିଛି ହିନ୍ଦୁ ଜାଗରଣ ମଂଚ।ପୂର୍ବରୁ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଏବେ ଜଙ୍କିଆ ଥାନା ଅଞ୍ଚଳରେ ଏହି ଘଟଣାର ପୁନରାବୃଦ୍ଧି ହୋଇଥିବା ମଞ୍ଚ ଅଭିଯୋଗ କରିଛି। ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକ ଗତ ୮ ତାରିଖରେ ଅପହରଣ କରି ନେଇଥିବା ଜଙ୍କିଆ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ ତଦନ୍ତରେ ଶିଥିଳତାକୁ ନେଇ ମଞ୍ଚ ଅସନ୍ତୋଷ ପ୍ରକାଶ କରିଛି। ହିନ୍ଦୁ ଜାଗରଣ ମଞ୍ଚ ସହରାଜ୍ୟ ସଂଯୋଜକ ଆଶିଷ ବିଭୁରେନ୍ଦ୍ରଙ୍କ ନେତୃତ୍ୱରେ ଜିଲାର ଏକ ପ୍ରତିନିଧ୍ ଦଳ ଅତିରିକ୍ତ ଏସ୍‌ପି ଶ୍ରୀନିବାସ ମହାନ୍ତିଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛି। ଜଙ୍କିଆ ପୋଲିସ ଥାନାରେ ନାବାଳିକା ବାପା ମାଆ ଅଭିଯୋଗ ଦେଇଥିବା ବେଳେ ପୋଲିସ ଏକ ମାମଲା ରୁଜୁକରି ଚୁପ୍ ବସିଛି ବୋଲି ମା ମଞ୍ଚ ଅଭିଯୋଗ ଆଣିଛି। ଜଣେ ବ୍ୟକ୍ତି ସମ୍ପୃକ୍ତ ନାବାଳିକାଙ୍କ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ କରିବା ଓ ସ୍ବଇଚ୍ଛାରେ ଆସିଥିବା କହିବା ପାଇଁ ବାଧ୍ଯ କରୁଥିବା ଭାଇରାଲ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର ଏବଂ ଅଭିଯୁକ୍ତଦ୍ଵୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ମା' ବାପା ଆଣିଥିବା ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ତାଙ୍କ ଝିଅ ସାଇକେଲରେ କଲେଜ
ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ବିଫଳ ହେବା ପରେ ୯ତାରିଖରେ ସିକୋ ଫାଣ୍ଡି ଏବଂ ୧୦ ତାରିଖରେ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ତେବେ ୧୦ ତାରିଖ ପୂର୍ବାହ୍ନ ୧୦ଟାରେ ନାବାଳିକା ଜଣଙ୍କ ତାଙ୍କ ବାପାଙ୍କୁ ଫୋନ୍ କରିବା ସହ ପଙ୍ଗାରସିଂ ଅଞ୍ଚଳର ଜଣଙ୍କ ଘରେ ଅଛି କହିବା ସହ ଦୁଇ ଯୁବକ ତାଙ୍କୁ ଅପହରଣ କରିନେଇଥିବା କହିଥିଲେ। ପରେ ମୋବାଇଲ ସୁଇଚ୍ ଅପ୍ ହୋଇଯାଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚ୍ କଲ୍ କରିଥିଲେ ମଧ୍ୟ ଫୋନ୍‌ ସୁଇଚ୍ ଅପ୍ ଆସିଥିଲା। ଏନେଇ ଜଙ୍କିଆ ଥାନାରେ ୧୧ତାରିଖରେ ମାମଲା(ନଂ.୧୩୭/୨୫) ହୋଇଛି। ମଙ୍ଗଳବାର ସମ୍ପୃକ୍ତ ନାବାଳିକାଙ୍କ ମା' ବାପା ପୁଣି ଥରେ ଥାନା ରେ ଅଭିଯୋଗ କରିଛନ୍ତି। ଏନେଇ ଥାନା ଅଧିକାରୀ ସୁଶାନ୍ତ ବେହେରା କହିଛନ୍ତି, ଅଭିଯୋଗକୁ ଭିଭିକରି ତଦନ୍ତ ଜାରି ରହିଛି।ଜଂକିଆ ପୋଲିସ ଅଭିଯୁକ୍ତ ର ବାପା ମାଆକୁ ଥାନାରେ ଅଟ ରଖିଥିବା ବେଳେ ନାବାଳିକା କୁ ଉଦ୍ଧାର କରି ପାରିନାହିଁ।ପୋଲିସ ସିଡିଆର ମଗାଇ ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଥିବା କହିଛନ୍ତି।

96
4858 views