logo

ଡିଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଆସ ଆମେ ସ୍କୁଲ ଯିବା” ପଦଯାତ୍ରା

ଖୋର୍ଦ୍ଧା,୧୮/୯/୨୫: 'କେହି ରହିବେ ନାହିଁ ନିରକ୍ଷର' ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଟାଙ୍ଗୀ ବ୍ଲକ୍‌ ଶିକ୍ଷା ସର୍କଲ୍‌ ଅଧୀନସ୍ଥ ଡିଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ “ଆସ ଆମେ ସ୍କୁଲ ଯିବା” ଅଭିଯାନର ଏକ ପଦଯାତ୍ରା ହୋଇଯାଇଅଛି
ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁବାଳା ବେହେରାଙ୍କ ନେତୃତ୍ୱରେ ପ୍ରାୟ ୭୦ ରୁ ଅଧିକ ଛାତ୍ରଛାତ୍ରୀ ପଦଯାତ୍ରାରେ ସାମିଲ ହୋଇଥିଲେ। ଛାତ୍ର ଛାତ୍ରୀ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି, “ଆସ, ଆମେ ସ୍କୁଲ ଯିବା – ସ୍କୁଲରେ ଆଜି ନାମ ଲେଖିବା” ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।
ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ମଧ୍ୟ ପଦଯାତ୍ରାରେ ପିଲାମାନଙ୍କ ସହିତ ସାମିଲ ହୋଇ, ଶୃଙ୍ଖଳା ଓ ଧାଡି ରକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କୁ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଇବା ସହିତ, ପିଲାମାନଙ୍କୁ ସ୍କୁଲରେ ଭର୍ତ୍ତି କରାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା।

40
1470 views