logo

ଦାମନଯୋଡି ପତଞ୍ଜଳି ଯୋଗ ସମିତି ତରଫରୁ ରକ୍ଷା ବନ୍ଧନ ଓ ବଳଦେବଙ୍କ ଜନ୍ମ ଦିନ ପାଳିତ, ଦାମନଯୋଡି,କୋରାପୁଟ, ଓଡିଶା ।

ପତଞ୍ଜଳି ଯୋଗ ସମିତି ଦାମନଯୋଡିରେ ରକ୍ଷାବନ୍ଧନ ଓ ଶ୍ରୀ ବଳଦେଵଙ୍କ ଜନ୍ମ ଦିନ ପାଳିତ
---------------------------------
ଓଡ଼ିଶାର ମୁଖ୍ୟ ପର୍ବପର୍ବାଣୀ ମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀଙ୍କ ଭାବନାର ପର୍ବ ଅଟେ ।ଏହି ଦିନ ଓଡ଼ିଶାର ପୁରପଲ୍ଲୀରେ ଭଉଣୀ ଭାଇ ହାତରେ ଭାବର ସୂତଖିଅ ବାନ୍ଧି ବର୍ଷକର ସୁରକ୍ଷା କାମନା କରିଥାଏ ।ଏହି ପ୍ରରିପେଖିରେ ପତଞ୍ଜଳି ଯୋଗସମିତି ଦାମନଯୋଡିରେ ଆଜି ସନ୍ଧ୍ୟାରେ ନାଲକୋ କମୁନିଟି ସେଣ୍ଟର୍ ଠାରେ ପବିତ୍ର ରକ୍ଷାବନ୍ଧନ ଓ ବଳଦେବଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି ।ଯୋଗ ହେଉଛି ବାସ୍ତବରେ ଏ ସଂସାରର ସର୍ବୋତ୍ତମ ଓ ସର୍ବଶ୍ରେଷ୍ଠ ରଖ୍ୟାସୂତ୍ର ବୋଲି ଯୋଗ ସମିତିର ସମସ୍ତ ଭଉଣୀ ମାନେ ମତବ୍ୟକ୍ତ କରିଥିଲେ । ତେଣୁ ଯୋଗ ରଖ୍ୟାସୁତ୍ର ବନ୍ଧନରେ ବାନ୍ଧି ହୋଇ ସଂକଳ୍ପ ନେଲେ ଆମେ ପରିବାର, ସସ୍କୃତି,ସମାଜ ଓ ଦେଶର ସୁରକ୍ଷା କରିପାରିବା ବୋଲି ଉପସ୍ଥିତ ଦାମନଯୋଡି ମିଡ଼ିଆ ହାଉସର ଭାଇ ନରସିଂହ ବ୍ରହ୍ମା, ଡ଼ଃ ଅଶୋକ କୁମାର ମହାନ୍ତି, ନଳିନୀକାନ୍ତ ସେନାପତି, ରମେଶ ଚନ୍ଦ୍ର ଦାଶ, ନାଲକୋ କମ୍ୟୁନିଟି ସେଣ୍ଟରର ସାଧାରଣ ସମ୍ପାଦକ ମନୋଜ ପୃଷ୍ଟି,ଯୋଗ ଶିକ୍ଷକ ଡ଼ଃ ନିରୋଦ କୁମାର ପ୍ରଧାନ, ଯୋଗ ସମିତିର ଭାଇ ପ୍ରକାଶ ଦାସ, ମନ୍ମଥ ପ୍ରାମାଣିକ, ଲକ୍ଷ୍ମଣ ପାତ୍ର, ଯୋଗୀନ୍ଦ୍ର ସେଠୀ ଲାଇବ୍ରାରୀଆନ ଅକ୍ଷୟ ଜେନା ଭାଇ ମାନେ ମତବ୍ୟକ୍ତ କରିଥିଲେ. ଯୋଗ ପରିବାରର ସମସ୍ତ ଭଉଣୀ ମାନେ ଉପସ୍ଥିତ ସମସ୍ତ ଭାଇଙ୍କ ହାତରେ ରାଖୀ ବାନ୍ଧି ଭାଇମାନଙ୍କର ଶୁଭ ମାନସିଥିଲେ. ଭାଇ ମାନେ ରକ୍ଷା ବନ୍ଧନରେ ବାନ୍ଧି ହୋଇ ଭଉଣୀ ମାନଙ୍କର ସୁରକ୍ଷା ଓ ସମ୍ମାନ ପାଇଁ ପ୍ରତିଶୁତି ବଦ୍ଧ ବୋଲି ଭାଇମାନେ ମତବ୍ୟକ୍ତ କରିଥିଲେ. ଏହି କାର୍ଯ୍ୟକ୍ରମକୁ ଭଉଣୀ ବନିତା ପ୍ରଧାନ, ଗୌରୀ ଖିଲ, ଡୁମୁଣୀ ମୁର୍ମୁ, ସଂଯୁକ୍ତା ପାତ୍ର ପଙ୍କଜ ନଳିନୀ ନାୟକ,ଦେବକୀ ମାଳି,କ୍ଷୀରମାନଣୀ ହଲୱା, ଲିପିକା ସ୍ୱାଇଁ, ସିପ୍ରଭା ସାମଲ, ନିରୁପମା ସେଠୀ, ରଶ୍ମି ସିଂହ ଅନିତା ଖରା, ସୁଷମା ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଯୋଗା ସମିତିର ୩୦ ଉର୍ଦ୍ଧ୍ବ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ ।

1
838 views