logo

ଛଟ ଛଟ ପକ୍ଷୀମାନଙ୍କୁ ଆବଶ୍ଯକତା ଅନୁସାରେ ଖାଦ୍ୟ ଓ ଜଳ ପ୍ରଦାନ କରନ୍ତୁ।

ମାନବିକତା
--------------

ଗ୍ରୀଷ୍ମକାଳ ଆରମ୍ଭ ହୋଇଯାଇଛି, ଆଗାମୀ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ମନୁଷ୍ଯ ନିଜ ନିଜର ସୁରକ୍ଷା ପ୍ରତି ଯଥେଷ୍ଟ ସଚେତନ ରହିଛି। ମନୁଷ୍ଯ ନିଜର ଆବଶ୍ଯକତା ପୂରଣ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାଏ।

ଛଟ ଛଟ ପକ୍ଷୀଗଣ ନିଜ ନିଜର ଜୀବନ ବଞ୍ଚାଇବା ଓ ଆବଶ୍ଯକତା ପୂରଣ କରିବା ପାଇଁ ସଂଘର୍ଷ କରିଥାନ୍ତି। ଖାଦ୍ୟ ଓ ଜଳ ପାଇଁ ପ୍ରକୃତି ଉପରେ ନିର୍ଭର କରନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଉପଯୁକ୍ତ ସମୟରେ ଏହି ପକ୍ଷୀମାନଙ୍କୁ ଆବଶ୍ଯକତା ଅନୁସାରେ ଖାଦ୍ୟ ଓ ଜଳ ଅଭାବରୁ ଛଟପଟ ହୋଇ ସେମାନଙ୍କ ଜୀବନ ଚାଲିଯାଏ।

ମନୁଷ୍ଯ ନିଜର ବିବେକ ଅନୁସାରେ ସେହି ଛଟ ଛଟ ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ଆବଶ୍ଯକ ସୁରକ୍ଷା ପ୍ରଦାନ କରିବା ଉଚିତ୍। ସୁରକ୍ଷିତ ସ୍ଥାନ ମାନଙ୍କରେ ସେହି ଛଟ ପକ୍ଷୀମାନଙ୍କୁ କିଛି ଖାଦ୍ୟ ଓ ଜଳ ବ୍ୟବସ୍ଥା କରି ନିଜର ମାନବିକତାର ପରିଚୟକୁ ଉଜ୍ଜିବୀତ କରିବା ଉଚିତ୍।

ଖାଦ୍ୟ, ଜଳ, ଓ ଅଭୟ ପ୍ରଦାନ କରିବା ପାଇଁ କାହାଠାରୁ କିଛି ଅନୁମତି କିମ୍ବା କୌଣସି ପ୍ରକାରର ତାଲିମ ନେବାର ଆବଶ୍ଯକତା ନାହିଁ। କେବଳ ନିଜର ବିବେକ ବିଚାର ହିଁ ମାନବିକତାର ପର୍ଯ୍ୟାପ୍ତ ପ୍ରମାଣ ଅଟେ।

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

69
2415 views