ଆସିକା ଠାରେ ମହା ବାରୁଣୀ ସ୍ନାନ ରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ।
ଆସିକା:୨୮.୦୩ ଆଜି ପବିତ୍ର ମହା ବାରୁଣୀ ସ୍ନାନ। ଏହି ଅବସରରେ ଆସିକା ଠାରେ ଥିବା ଦୁଇ ନଦୀ ଋଷିକୂଲ୍ୟା ଏବଂ ବଡ଼ ନଦୀ ସଙ୍ଗମ ସ୍ଥଳ ରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ ଥିଲେ। ବିଶ୍ୱାସ ରହିଛି ଏଠାରେ ପିତୃ ପୁରୁଷ ମାନଙ୍କ ଅସ୍ଥି ବିସର୍ଜନ କଲେ ଆତ୍ମା କୁ ମୋକ୍ଷ ପ୍ରାପ୍ତି ହୁଏ। ସୁରକ୍ଷା ଦୃଷ୍ଟି ରୁ ଜିଲ୍ଲା ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରି ଥିଲେ। ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲସ ର ମଧ୍ୟ ବ୍ୟବସ୍ଥା କରା ଯାଇ ଥିଲା। ସ୍ଥାନୀୟ ସ୍ୱେଛା ସେବୀ ସଂଗଠନ ଗୁଡିକ ମଧ୍ୟ ଖରା କୁ ଦୃଷ୍ଟି ରେ ରଖି ଥଣ୍ଡା ଜଳ ଏବଂ ପଣା କୁ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରା ଯାଇ ଥିବାର ଦେଖା ଯାଇଥିଲା।
ଆସିକା ରୁ କବିରାଜ ପାତ୍ର
AIMA MEDIA