logo

କେନ୍ଦୁଝର ଗଡ ପୌରାଞ୍ଚଳ ଅଧିବାସୀଗଣ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମତାମତ ରଖିବା ଉଚିତ୍।

କେନ୍ଦୁଝର ଗଡ ପୌରାଞ୍ଚଳ ଅଧିବାସୀ ଗଣଙ୍କୁ ବିନମ୍ର ନିବେଦନ ଆପଣମାନେ ରହୁଥିବା ଅଞ୍ଚଳର ବିଭିନ୍ନ ପ୍ରକାରର ସମସ୍ୟା ତଥା ବିକାଶ ନିମନ୍ତେ ଦରଖାସ୍ତ ଦ୍ବାରା ନୂତନ ପୌର ନିର୍ବାହୀ ଅଧିକାରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରନ୍ତୁ। ଯଦି ନିର୍ବାହୀ ଅଧିକାରୀଙ୍କ ସହିତ ସାକ୍ଷାତର ନହୁଏ, ତେବେ ଡେସ୍ପାଚରେ ଦରଖାସ୍ତ ପ୍ରଦାନ କରନ୍ତୁ ଏବଂ ତାର ଏକ ରିସିଭ କୋପୀ ସଂଗ୍ରହ କରନ୍ତୁ। ଉକ୍ତ ଦରଖାସ୍ତର ନକଲ ଗ୍ରୁପରେ ସେୟାର କରନ୍ତୁ। ଆମ୍ଭେ ପୁନର୍ବାର ଉକ୍ତ ଦରଖାସ୍ତ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିବୁ, ତାହା ସମାଧାନ କରିବା ନିମନ୍ତେ। ବର୍ତ୍ତମାନର ନୂତନ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲଳିତ କୁମାର ନାଏକଙ୍କ ସହିତ କେନ୍ଦୁଝର ଗଡ ପୌରାଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏବଂ ବିକାଶ ପ୍ରସଙ୍ଗରେ ଆଲୋଚନା କରି ଅବଗତ କରିଅଛୁ। ଯଦି କେନ୍ଦୁଝର ଗଡ ପୌରାଞ୍ଚଳର ଅଧିବାସୀଗଣ କିଛି ମତାମତ ଦେବେ ନାହିଁ କିମ୍ବା ଦରଖାସ୍ତ ପ୍ରଦାନ କରିବେନାହିଁ। ସେଥିରେ ମୋର କିଛି କହିବାର ନାହିଁ। ଯଦି ପୌରାଞ୍ଚଳର ବିକାଶ ଚାହୁଁଛନ୍ତି, ଯଦି ନିଜର କିମ୍ବା ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ନିର୍ବାହୀ ଅଧିକାରୀଙ୍କ ସହିତ ସାକ୍ଷାତ କରନ୍ତୁ, ଦରଖାସ୍ତ ପ୍ରଦାନ କରନ୍ତୁ ଏବଂ ଉକ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରନ୍ତୁ।

ନିବେଦନ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

9
1445 views