logo

କେନ୍ଦୁଝର ଟାଉନ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହିତ କଥାବାର୍ତ୍ତା କଲା।

କେନ୍ଦୁଝର, ତା:୨୧/୦୧/୨୦୨୫ରିଖ ମଙ୍ଗଳବାର ଦିନ କେନ୍ଦୁଝର ଟାଉନ ବରିଷ୍ଠ ନାଗରିକ ମଞ୍ଚ ତରଫରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ସମସ୍ୟାର ସମାଧାନ ଉଦ୍ଦେଶ୍ଯରେ ଆଲୋଚନା କରିବା ପାଇଁ ଆସିଥିଲେ। ଯଦିଓ ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଙ୍କୁ ସାକ୍ଷାତ କରିବା ପାଇଁ ଗତକାଲି ଅନୁମତି ନିଆଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କ ତରଫରୁ ଆଜି ସୁନିଶ୍ଚିତ କଲେ କି, ଚଳିତ ଜାନୁଆରୀ ମାସ ଶେଷ ସୁଧା ଶ୍ରୀ ବଳଦେବଜୀଉ ମନ୍ଦିରର ପରିଚାଳନା ଓ ବିଭିନ୍ନ ସମସ୍ୟାର ସମାଧାନ ଉଦ୍ଦେଶ୍ଯରେ ନୂତନ ଆଡଭାଇଜରିଂ କମିଟିର ସମସ୍ତ ସଦସ୍ଯଙ୍କୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଆଲୋଚନା କରାଯିବା ପାଇଁ କଥା ଦେଲେ।

ଦିର୍ଘକାଳୀନ ସମୟ ପ୍ରାୟତଃ ୧୩ ରୁ ୧୪ ବର୍ଷ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରର ପରିଚାଳନା ସମ୍ପର୍କରେ ଯେଉଁ ଆଡଭାଇଜରିଂ କମିଟି ଥିଲା। ତାହା ନିଷ୍କ୍ରିୟ ଥିଲା, ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଙ୍କ ତରଫରୁ ପୁନର୍ବାର ରାଜ୍ଯ ସରକାରଙ୍କ ଭୂବନେଶ୍ୱର ସ୍ଥିତ ଦେବୋତ୍ତର ବିଭାଗର ନିର୍ଦ୍ଦେଶ ଅନୁସାରେ ନୂତନ ଆଡଭାଇଜରିଂ କମିଟିର ସମସ୍ତ ସଦସ୍ଯ ମାନଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଅଧ୍ୟକ୍ଷତା ଓ ତତ୍ତ୍ବାବଧାନରେ ଆଲୋଚନା କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ଓ ନୂତନ ଆଡଭାଇଜରିଂ କମିଟିର ସମସ୍ତ ସଦସ୍ଯ ମାନଙ୍କୁ ସ୍ବୀକାର କରିଅଛନ୍ତି। ଏହା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଠାରୁ ପୁରୁଣା ବଜାର ସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଥିବା ସର୍ବସାଧାରଣଙ୍କ ଯାତାୟାତ ମୁଖ୍ଯ ରାସ୍ତାକୁ ସମ୍ପ୍ରସାରଣ ଓ ଜବରଦଖଲକୁ ଉଚ୍ଛେଦ ପ୍ରକ୍ରିୟା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜାଣିବା ପାଇଁ ମିଳିଅଛି। ଅତିଶିଘ୍ର ଉକ୍ତ ମୁଖ୍ଯ ରାସ୍ତାର ସମ୍ପ୍ରସାରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ଏହା ସହିତ ମାଉସୀ ମା ମନ୍ଦିର ଠାରୁ ସିଦ୍ଧମଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଆର୍.ଏଣ୍ଡ.ବି. ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜାଣିବା ପାଇଁ ମିଳୁଅଛି, ତାହା ମଧ୍ଯ ଅତିଶିଘ୍ର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଜାଣିବା ପାଇଁ ମିଳୁଅଛି।

ପୁରୁଣା ବଜାର ସ୍ଥିତ ବସ ଟର୍ମିନାଲ ପୁନର୍ବାର ସକ୍ରିୟ କରିବା ପାଇଁ ଏବଂ ଟାଉନ ବସ ଚଳାଚଳକୁ ଗୁରୁତ୍ବ ଦିଆଯାଇଛି। ଧରଣୀଧର ମେଡିକାଲ କଲେଜ ଯଥାଶୀଘ୍ର ରୋଗୀମାନଙ୍କର ସେବା ଉପଯୋଗୀ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହା ସହିତ କେନ୍ଦୁଝର ଟାଉନ ନିକଟବର୍ତ୍ତୀ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରୋମାକେୟାର ସେଣ୍ଟର ଏବଂ ଜେରିଆଟିକ୍ ବିଭାଗ ସ୍ଥାପନ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହିତ ସାକ୍ଷାତକାରରେ ଆଲୋଚନା କରାଯାଇଛି।

ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

10
893 views