logo

ବ୍ଲକ ଶିକ୍ଷାଧିକାରୀ ଦୃଷ୍ଟି ନଦେବାରୁ ତଲେଇପଥର ଗ୍ରାମବାସୀ ବିଦ୍ୟାଳୟ ରେ ତାଲା ପକାଇଲେ ।

ଅନୁଗୋଳ (କରୁଣାକର ନାୟକ) ୭/୧
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧୀନରେ ଥିବା ସାନହୁଲା ପଞ୍ଚାୟତ ଅନ୍ତର୍ଗତ ତଲେଇପଥର ସରକାରୀ ପ୍ରଥମିକ ବିଦ୍ୟାଳୟ ଗେଟ ଫାଟକ ରେ ଗ୍ରାମବାସୀ ଙ୍କ ଦ୍ଵାରା ତାଲା ପକାଇ ଥିବା ଘଟଣା ଦେଖିବାକୁ ମିଳିଛି । ସୂଚନା ନେବାରେ ଜଣାଯାଏ କି ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟା ଅଧ୍ୟୟନ କରାଯାଉଛି । ଦୁଃଖର ବିଷୟ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବେନିୟମ ଭାବେ ବିକ୍ରି କରୁଥିବା ବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ଦୈନ ଦିନ ଗୋଡ଼ ମୋଡ଼ିବା, ପାଦ ଗୋଇଠୀ ରେ ଠିଆ ହୋଇ ଗୋଡ଼ ମାଡ଼ିବା, ପିଠି ରେ ବିଧା ମାରିବା , ଗୋଡ଼ ହାତ ଆଙ୍ଗୁଠି ଫୁଟାଇବା ସହିତ ମୁଣ୍ଡରୁ ବାଳ ଧରି ଟାଣିବା କାମ ଆଦିରେ କାର୍ଯ୍ୟ କରୁଥିବା ଘଟଣା ର ତଦନ୍ତ କରି ଉକ୍ତ ପ୍ରଧାନ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ତଲେଇ ପଥର ଗ୍ରାମବାସୀ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢୀ ଙ୍କୁ ଗତ ତା ୪/୧୨/୨୪ ରିଖ ରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଯାହାକି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁଣ୍ଢୀ ଅଭିଯୋଗ ପତ୍ର ଗ୍ରହଣ କରି ୧୫ ଦିନ ଭିତରେ ଉକ୍ତ ଅଭିଯୋଗ କୁ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିଦ୍ୟାଳୟ ର ସମସ୍ୟା ସମାଧାନ କରିବା ପାଇଁ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କୁ ଘରକୁ ପଠାଇଥିଲେ । ଦୁଃଖର ବିଷୟ ୧୫ ଦିନ ବିତି ଏକ ମାସ ବିତି ଯାଇଥିଲେ ସୁଦ୍ଧା ଶିକ୍ଷା ଅଧିକାରୀ ଗ୍ରାମବାସୀ ଙ୍କ ଅଭିଯୋଗ କୁ ଅଣଦେଖା କରିବାରୁ ବାଧ୍ୟ ହୋଇ ଆଜି ବିଦ୍ୟାଳୟ ରଗେଟ ଫାଟକ ରେ ତାଲା ପକାଇ ଥିବା ଦେଖିବାକୁ ମିଳିଛି । ଗ୍ରାମ ସଭାପତି ପ୍ରହଲ୍ଲାଦ ଭୋଇ, ସମ୍ପାଦକ ଧରଣୀ ଧର ନାଏକ,ସଞ୍ଜୟ ବେହେରା,ନୀଳମଣି ଦେହୁରୀ,ଇନ୍ଦ୍ରମଣି ମିର୍ଦ୍ଧା, ନରେଶ ଚନ୍ଦ୍ର ଦେହୁରୀ , ରବୀନ୍ଦ୍ର ନାୟକ, ଅବଳା ନାୟକ , ଦିବାକର ସାହୁ, ଶକୁନ୍ତଳା ଗଡ଼ ନାୟକ, ଶୈଳ ବେହେରା , ସୁଶୀଳା ଓରାମ, ପ୍ରତିମା ନାଏକ ସମେତ ସମସ୍ତ ଗ୍ରାମବାସୀ କହିଛନ୍ତି ଯେ ପର୍ଯ୍ୟନ୍ତ ବ୍ଲକ ଶିକ୍ଷା ଅଧିକାରୀ ଆମ ଅଭିଯୋଗ କୁ ତଦନ୍ତ କରି ବିଚାର କରି ସନ୍ତୋଷ ଜନକ ଉତ୍ତର ନଦିଆନ୍ତି ସେତେ ଦିନ ବିଦ୍ୟାଳୟ ରେ ତାଲା ଝୁଲିବ ବୋଲି କହିଥିଲେ ।

0
0 views