logo

କାନକୁଟ୍ରୁ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ "ଘୁମୁରା" ୨୦୨୫ ପାଳିତ. ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆକର୍ଷଣୀୟ ହେଲା ପରିବେଶ

ଲାଞ୍ଜିଗଡ଼,୦୭/୦୧(AIMA): ଲାଞ୍ଜିଗଡ଼ ବ୍ଲକରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ଆରମ୍ଭ ହୋଇଯାଇଥିବାବେଲେ ଆଜି ମଙ୍ଗଳବାର କାନକୁଟ୍ରୁ ଗ୍ରାମ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ କାନକୂଟ୍ରୁ ସରପଞ୍ଚ ବନମାଳୀ ମାଝୀଙ୍କ ନେତୃତ୍ୱରେ ପାଇକବୋରି ଶୈବ ପୀଠରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଉପସ୍ଥିତ ମହିଳା, ପୁରୁଷ, ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପାଇକବୋରି ଶୈବ ପିଠରୁ ମଶାଲ ନେଇଁ ପଞ୍ଚାୟତ ପରିସରରେ ଆୟୋଜିତ ଉତ୍ସବ ମଞ୍ଚରେ ମଶାଲ ସ୍ଥାପନା କରାଯାଇଥିଲା। ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ କାନକୁଟ୍ରୁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ସଙ୍ଗୀତ,ବକ୍ତୃତା,ଚିତ୍ରାଙ୍କନ,ପ୍ରଭୃତି ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତ ଅଞ୍ଚଳ ମହିଳା ମାନଙ୍କ ମଧ୍ୟରେ ଝୋଟି, ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧକ୍ଷ ସଂଜୀବ ନାଏକ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଏ.ଇ ଖିରୋଦ କୁମାର ନାଏକ,ମୁଖ୍ୟ ବକ୍ତା ଭାବେ କାନକୁଟ୍ରୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୈଶାଖୁ ନାଏକ,ସମ୍ମାନୀତ ଅତିଥି ଭାବରେ ଜଗଦିଶ ବେନିଆଁ,ମନୋହର ହରପାଳ,ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁ,ନାଏବ ସରପଞ୍ଚ ସଂଯୁକ୍ତା ବିଭାର ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। କାନକୁଟ୍ରୁ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାଧୁରାମ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ମଳୟ ବିଭାର ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଜିଓ ଟେଗର ଦୁରେନ୍ଦ୍ର ବିଭାର, ଗାଁସାଥି ସୋମନାଥ ବିଶି,ଟଙ୍କଧର ହରପାଳ, ପାଇକୁ ବାଗ, ଗୌର ବିଭାର, ପର୍ଶୁଦେବ ହରିଜନ, ଲିଙ୍ଗରାଜ ସାହୁ, ମୁନ୍ନା ନାଏକ, ସନ୍ତୋଷ ମାଝୀ,ବୀରେନ୍ଦ୍ର ବିଭାର,ଗଦନ ମାଝୀଙ୍କ ସମେତ ଆଶା,ଅଙ୍ଗନୱାଡି କର୍ମୀ,ବିଦ୍ୟାଳୟର ଶିକ୍ଷକ ବୃନ୍ଦ,ଗ୍ରାମ ପଞ୍ଚାୟତ କର୍ମଚାରୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆକର୍ଷଣୀୟ ହୋଇଉଠିଥିଲା ପରିବେଶ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ସାଧୁରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

7
429 views