logo

ମଟକେରାରେ ସୁରେନ୍ଦ୍ର କ୍ରିକେଟ ମେମୋରିଆଲ ଟୁର୍ନାମେଣ୍ଟ ଉଦଯାପିତ, କାନକୁଟ୍ରୁ କୁ ହରାଇ ଖମାରି ଚାମ୍ପିଅନ.

ଲାଞ୍ଜିଗଡ଼,(AIMA):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ କାନକୁଟୁରୁ ଗ୍ରାମ ପଞ୍ଚାୟତ ଅଧିନସ୍ତ ମଟକେରା ଠାରେ ସୁରେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ମଟକେରା କ୍ରିକେଟ କମିଟି ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ଖମାରି ଓ କାନକୁଟୁରୁ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଖମାରି ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୨ ଓଭର ବିନିମୟରେ ୩ ୱାଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିବାବେଳେ କାନକୁଟ୍ରୁ କ୍ରିକେଟ ଦଳ ୧୧ ଓଭର ୩ ବଲ ବିନିମୟରେ ସମସ୍ତ ୱାଇକେଟ ହରାଇ ପରାଜୟ ହୋଇଥିଲେ । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ବିଜେଡ଼ି ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜୋନ ୧ ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା,ଲାଞ୍ଜିଗଡ଼ ବିଜେଡ଼ି ମହିଳା ସଭାପତି ସୁଜାତା ଘଡେ଼ଇ, କଂଗ୍ରେସ କର୍ମୀ ଗୋବିନ୍ଦ ପ୍ରଧାନୀ ଙ୍କ ସମେତ ସ୍ଥାନୀୟ ଜିଓ ଟେଗର ଦୁରେନ୍ଦ୍ର ବିଭାର,ୱାର୍ଡ଼ ମେମ୍ବର ରଏବାରୁ ବେସ୍ରା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ଏଥିରେ ଡ଼ିଏସକେ ୧୧ ଖମାରି ଦଳରୁ ମେନ ଅଫ ଦି ମ୍ୟାଚ ଓ ସିରିଜ୍ ମନୋଜ ଦୋରା ହାତେଇଥିଲେ। ୧୮ ଦିନ ଧରି ଚାଲିଥିବା ଏହି ମ୍ୟାଚରେ ସିଦ୍ଧାନ୍ତ ହରପାଳ ଓ ଭୂପେନ୍ଦ୍ର ବିଭାର ଅମ୍ପିୟାର ଭାର ତୁଲାଇ ଖେଳ ପରିଚାଳନା କରିଥିବାବେଳେ
ବେଣୁଧର ବାଗ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଆୟୋଜିତ ମଟକେରା କ୍ରିକେଟ କମିଟିର ସଦସ୍ୟ ଦୁଷ୍ମନ୍ତ ବିଭାର, ଭଗବନ୍ତ ହରପାଳ, କୁମୁଦ ହରପାଳ, ତାରି ବିଭାର, ସଚିନ ହରପାଳ, ଖଗେରାମ ହରପାଳ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।

ରିପୋର୍ଟ - ମଳୟ ବେନୁଆଁ.

73
5076 views