logo

ଆତ୍ମସମର୍ପଣ କଲେ ୩୫ ମାଓବାଦୀ

ମାଲକାନଗିରି : ଛତିଶଗଡ଼ର ଦନ୍ତେୱାଡ଼ା ଜିଲା ପୁଲିସ କାର୍ଯ୍ୟାଳୟରେ ୩୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓ ସଙ୍ଗଠନ ଛାଡ଼ି ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ବିଭିନ୍ନ ଏରିଆ କମିଟିରେ ସଦସ୍ୟ ଏବଂ ମିଲିସିଆ ଭାବେ କାମ କରୁଥିବା ମାଓବାଦୀମାନେ ସଙ୍ଗଠନରେ ହେଉଥିବା ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର, ନିର୍ଯାତନା କାରଣରୁ ସଙ୍ଗଠନ ଛାଡିଥିବା କହିଛନ୍ତି। ସମସ୍ତ ଆତ୍ମସମର୍ପଣକାରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏହି ମାଓବାଦୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗତ କିଛି ମାସ ମଧ୍ୟରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ ପୁଲିସ ପକ୍ଷରୁ ଆହ୍ବାନ କରାଯାଇଛି।

0
0 views