logo

IPL 2024 : ଓ୍ୱାଙ୍ଖଡେରେ ହେବ ରନ୍‌ ବର୍ଷା, ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ ୦୬।୦୫ : ଆଇପିଏଲ୍‌ ୨୦୨୪ । ସୋମବାର ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୫୫ ତମ ମ୍ୟାଚ୍‌ । ମୁମ୍ବାଇର ଓ୍ୱାଙ୍ଖଡେରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ । ରାତି ୭ଟା ୩୦ରେ ଖେଳାଯିବ ଏହି ମୁକାବିଲା । ପ୍ଲେ-ଅପ୍‌ ରେସ୍‌ ପାଇଁ ହାଇଦ୍ରାବାଦ୍‌ ଟିମ୍‌କୁ ଏହି ମ୍ୟାଚ୍‌ରେ ବିଜୟୀ ଜରୁରୀ । ହେଲେ ଏତେ ସହଜରେ ରାସ୍ତା ଛାଡିବନି ମୁମ୍ବାଇ ।

ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାସ୍ତ ହୋଇଛି । ମୋଟ ୬ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୧୦ମ ସ୍ଥାନରେ ରହିଛି ହାର୍ଦ୍ଦିକ ବାହିନୀ । ତେବେ ଦଳ ଏକପ୍ରକାର ପ୍ଲେ-ଅପ୍‌ ରେସ୍‌ରୁ ବିଦା ହୋଇସାରିଲାଣି । ତଥାପି ଶେଷ ତିନୋଟି ମ୍ୟାଚ୍‌ ଜିତି ଦଳ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳରେ ଷ୍ଟାର ଖେଳାଳି ଭରପୁର ଥିଲେ ମଧ୍ୟ ଆଶାନୁସାରେ ଖେଳ ପ୍ରଦର୍ଶନ କରିପାରିନାହିଁ ।

ସେପଟେ କମିନ୍ସଙ୍କ ନେତୃତ୍ୱାଧୀୱ ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ୍ ଏବେ ଯାଏଁ ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ୪ଟିରେ ପରାସ୍ତ ହୋଇଛି । ଦଳ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୪ର୍ଥ ସ୍ଥାନରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ରହିଛି ହାଇଦ୍ରାବାଦ୍‌ ଟିମ୍‌ । ବିରୋଧୀ ଟିମ୍‌ ପାଇଁ କାଳ ସାଜିଛନ୍ତି ହାଇଦ୍ରାବାଦୀ ବ୍ୟାଟର । ତେଣୁ ଆଜିର ମ୍ୟାଚ୍‌ରେ ଜବରଦସ୍ତ ଖେଳ ପ୍ରଦର୍ଶନର ଆଶା ରହିଛି ।

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୦ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୨ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳ ପାଖରେ ରହିଛି ୧୨ ପଏଣ୍ଟ ।

0
662 views