logo

ନାଲକୋ ଦ୍ବାରା ପରିଚାଳିତ ସରସ୍ଵତୀ ବିଦ୍ୟାମନ୍ଦିର ଦାମନଯୋଡିର ନୂତନ ସଂପାଦକ ଭାବେ ଡଃ ଚିତ୍ତରଞ୍ଜନ ମିଶ୍ରଙ୍କ ଦାୟୀତ୍ବ ଗ୍ରହଣ ତା3/5/24

ଏସଭିଏମ ଦାମନଯୋଡିର ସଂପାଦକଭାବେ ଦାୟିତ୍ବ ନେଲେ ଚିତ୍ତରଞ୍ଜନ ମିଶ୍ର
୪,୫,୨୦୨୩:ଶିକ୍ଷା ବିକାଶ ସମିତି ଓଡିଶା, ଦାମନଯୋଡିସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଂପାଦକ ଭାବରେ ପୁନର୍ବାର ଶିକ୍ଷାବିତ ପ୍ରଫେସର ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କୁ ମନୋନୀତ କରିଛନ୍ତି।ଏହାପରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ସଂପାଦକ ଭାବରେ ପୂର୍ବତନ ସଂପାଦକ ଅଶୋକ କୁମାର ନାୟକ ଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।ଏଠାରେ ଉଲ୍ଲେଖଯୋଗ୍ଯ ଯେ ଏହା ପୂର୍ବରୁ ଡକ୍ଟର ମିଶ୍ର ୨୦୦୭ ଠାରୁ ୨୦୧୮ ପର୍ଯ୍ୟନ୍ତ ସଂପାଦକ ଭାବରେ ସଫଳତାର ସହିତ କାର୍ଯ୍ଯ ସଂପାଦନ କରିଥିଲେ।ଏହି ଅବସରରେ ଡକ୍ଟର ମିଶ୍ର କହିଛନ୍ତି ଯେ ଶିକ୍ଷା ବିକାଶ ସମିତି ଓଡିଶା ପୁନର୍ବାର ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସମସ୍ତ କାର୍ଯ୍ଯକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି।ନାଲକୋ କର୍ତ୍ତୃପକ୍ଷ, ଶିକ୍ଷା ବିକାଶ ସମିତି,ଶିକ୍ଷକ ଓ କର୍ମଚାରୀ,ଅଭିଭାବକଙ୍କୁ ନେଇ ବିଦ୍ୟାଳୟର ଶୈକ୍ଷିକ ଓ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ଯ କରିବାପାଇଁ ସେ ଆଶାପୋଷଣ କରିଛନ୍ତି।୬ ବର୍ଷ ଧରି ଅଶୋକ ନାୟକ ସଫଳତାର ସହ କାର୍ଯ୍ଯ କରିଥିବାରୁ ତାଙ୍କୁ ମଧ୍ଯ ଡକ୍ଟର ମିଶ୍ର ଧନ୍ୟବାଦ ଜଣାଇ ଥିଲେ।

90
4828 views