logo

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ବିମାନ ଯାଞ୍ଚ ବିମାନକୁ ଯାଞ୍ଚ କଲା ଫ୍ଲାଇଙ୍ଗ ସୁୱାଡ ଓ ପୋଲିସ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ବିମାନ ଯାଞ୍ଚ । ଗତକାଲି ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ପହଞ୍ଚିବା କ୍ଷଣି ବିମାନକୁ ଯାଞ୍ଚ କରିଛି ଫ୍ଲାଇଙ୍ଗ ସ୍ୱାଡ୍ ଓ ପୋଲିସ । ବିମାନ ଯାଞ୍ଚ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡିଶାରେ ସରକାରଙ୍କ ପୁଲିସ ଭ୍ୟାନ ଓ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିବା ଦରକାର ।

ଏଥିସହ ବିଏସକେୱାଇ ଯୋଜନାକୁ ମନ୍ତ୍ରୀ ସମାଲୋଚନା କରିବା ସହ ଆୟୁଷ୍ମାନ ଯୋଜନା ସପକ୍ଷରେ ଯୁକ୍ତି ବାଢିଛନ୍ତି ମନ୍ତ୍ରୀ । ତେବେ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ୍ ସରକାର ଆସିଲେ କେନ୍ଦ୍ରର ସମସ୍ତ ଯୋଜନା ଓଡିଶାରେ ସୁରୁଖୁରରେ କାର୍ଯ୍ୟକାରୀ ହବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଟୁଡୁ ।

10
1410 views