logo

୩୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ l

ସତର୍କ Bhubaneswar: କାର ଭିତରୁ ଜବତ ହେଲା ୩୦ଲକ୍ଷ ଟଙ୍କା। ମାଲକାନଗିରି-ଛତିଶଗଡ ସୀମାନ୍ତ ଚାଲାନଗୁଡା ନିକଟରେ ଗାଡି ଯାଞ୍ଚ ବେଳେ ୩୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ସୂଚନା ଅନୁସାରେ ଛତିଶଗଡରୁ ମାଲକାନଗିରିକୁ ଆସୁଥିଲା ଏହି ଟଙ୍କା। କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଲକାନଗିରି ପୁଲିସ।ଏତେ ପରିମାଣର ଟଙ୍କା କେଉଁଠାରୁ ଆସିଲା ଏବଂ କିଏ ଦେଇଥିଲା ସେ ନେଇ ଖୋଳତାଡ କରୁଛି ପୁଲିସ।

1
1590 views