logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜେ ଆଇ ପି ଏଲ ଡେରଙ୍ଗ ପକ୍ଷରୁ ରାଜ୍ୟସ୍ତରୀୟ ମକ୍ ଏକ୍ସରସାଇଜ।


ଜେ ଆଇ ପି ଏଲ ଡେରଙ୍ଗ ପକ୍ଷରୁ ରାଜ୍ୟସ୍ତରୀୟ ମକ୍ ଏକ୍ସରସାଇଜ।

ଡେରଙ୍ଗ, ୨୮|୦୨(ଇମିସ); ଓଡିଶା ରାଜ୍ୟ ଜାତିୟ ବିପର୍ଯାୟ ପରିଚାଳନା ପ୍ରାଧିକରଣ (ଓଏସଡି ଏମଏ) ଏବଂ ଏନଡିଏମ୍ଏ ଭାରତ ସରକାରଙ୍କ ସହଯୋଗରେ ଜେଆଇପିଏଲ ଡେରଙ୍ଗ କଣିହାଁ ତରଫରୁ ମକ୍ ଏକ୍ସରସାଇଜ ଏବଂ ରାସାୟନିକ ବିପର୍ଯ୍ୟୟ ଉପରେ ଏକ ରାଜୟସ୍ତରୀୟ ପ୍ରୟୋଗାତ୍ମକ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ରହି ଥିଲେ। ଆଡିସନାଲ୍ ତହସିଲଦାର ଶାଶ୍ଵତ ସୋଭନ୍ ମହାପାତ୍ର (ତାଳଚେର), ଅସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟ୍ରି ଏଣ୍ଡ ବଏଲର ମାଧବ ଚନ୍ଦ୍ର ମଲ୍ଲିକ (ଅନୁଗୋଳ), ଏଇଏସ୍ - ଓଏସପିସିବି ସୌମ୍ୟା ରଞ୍ଜନ କୁଅଁର(ଅନୁଗୋଳ),ଡେପୁଟି ଫାୟାର ଅଫିସର୍ ଶରତ ଚନ୍ଦ୍ର ମଲ୍ଲିକ (ଅନୁଗୋଳ), ମେଡିକାଲ ଅଫିସର ଡକ୍ଟର ଜିତେନ୍ଦ୍ର କୁମାର ଦେହୁରୀ (ଗୋଡ଼ିବନ୍ଧ),ଙ୍କ ଉପସ୍ଥିତିରେ ମକ ଏକସର୍ ସାଇଜ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।ଏହା ପରେ ପ୍ରସ୍ତୁତି ଏବଂ ସମନ୍ୟର ମୂଲ୍ୟାଙ୍କନ ପାଇଁ ଜେଆଇପିଏଲ ଡେରଙ୍ଗ ଏବଂ ଅନୁଗୋଳ ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା (ଡିଏମପିଏସ) ର ବିସ୍ତୃତ ସମିକ୍ଷା କରାଯାଇଥିଲା । ବାସ୍ତବ ସମୟରେ ପ୍ରକ୍ରିୟା ଯନ୍ତ୍ର କୌଶଳକୁ ଅନୁକରଣ କରିବାପାଇଁ ଦୃଶ୍ୟ ଆଧାରିତ ଆଲେଚନା କରାଯାଇଥିଲା। ବିଦ୍ୟମାନ ପ୍ରକ୍ରିୟା ପ୍ରଣାଳୀର ପ୍ରଭାବକୁ ମୂଲ୍ୟାଙ୍କନ କରିବା ଏବଂ ଉନ୍ନତି ଦିଗରେ ଗଠନ ମୂଳକ ଆଲଚାନା ପାଇଁ ଏକ ସୁଜୋଗ ପ୍ରଦାନ କରିବା ଅଭିପ୍ରାୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ପ୍ରସ୍ତୁତି ଏବଂ ପ୍ରକ୍ରିୟା ପ୍ରଣାଳୀ ଆକଳନ, ସଫଳ ପ୍ରତିରୋଧ କରିବା ଲକ୍ଷ ନେଇ କାର୍ଯ୍ୟ କ୍ରମ ଆରମ୍ଭ କରିଥିବା ବେଳେ ଜେଆଇପିଏଲ ପ୍ଲାଣ୍ଟ ହେଡ ସନ୍ଦୀପ ଗୋସ୍ୱାମୀ, ଫ୍ୟାକ୍ଟ୍ରି ମ୍ୟାନେଜର ସୁନିଲ ଦେଭାଡି, ଆଡିସନାଲ ଭାଇସ ପ୍ରେସିଡେଣ୍ଟ- ଇଏଚ୍ଏସ ଡକ୍ଟର କିଶୋର କୁମାର ରାଉତ ଙ୍କ ତତ୍ତ୍ଵାବଧାନରେ ମକ୍ ଏକ୍ସରସାଇଜ ପାରିଚାଳନା କରିଥିବା ବେଳେ ଜେଆଇପିଏଲ ର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।

0
84 views

Comment