logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଡବଡିଂଗାରେ ବିଜୟନଗର ମିମସ୍ ହସ୍ପିଟାଲ ତରଫରୁ ବିଶାଳ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ, ସେମିଳିଗୁଡା,କୋରାପୁଟ, ଓଡିଶା,ତା୫/୨/୨୫(ବୁଧବାର)

ବଡବଡିଂଗାରେ ବିଜୟନଗର ମିମସ୍ ହସ୍ପିଟାଲତରଫରୁ ବିଶାଳ ମାଗଣା ସ୍ବାସ୍ଥ୍ୟ ଶିବିର। ସେମିଳିଗୁଡା.ତାରିଖ ୫,୨,୨୦୨୫: ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବଡ ବଡିଙ୍ଗା ଗ୍ରାମରେ ଆନ୍ଧ୍ରପ୍ରଦେଶ ବିଜୟନଗର ମହାରାଜା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ଲିଭ ଫର ଅଦର୍ସ,ଶ୍ରୀକ୍ଷେତ୍ର ମେଡିକାଲ ପଏଣ୍ଟର ମିଳିତ ଆନୁକୁଲ୍ୟରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିରରେ ଆଖପାଖ ଅଞ୍ଚଳର ୧୮୦ଜଣ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ଚକ୍ଷୁ ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଅସ୍ତ୍ରୋପଚାର କରାଯାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି।ଏହି ଶିବିରରେ ଭେଷଜ ବିଶେଷଜ୍ଞ ଡକ୍ଟର ସାଇ କୁମାର,ଅସ୍ଥି ଶଲ୍ୟ ବିଶେଷଜ୍ଞ ଡକ୍ଟର ହେମନ୍ତ, ଅର୍ଥୋପେଡିକସ ବିଶେଷଜ୍ଞ ଡକ୍ଟର ପବନକଲ୍ୟାଣ,ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସିନ୍ଧୁଜା,ଚର୍ମରୋଗ ବିଶେଷଜ୍ଞ ଡକ୍ଟର ଶ୍ବେତା,ଚକ୍ଷୁ ବିଶେଷଜ୍ଞ ଡକ୍ଟର ନାରାୟଣ, ମାର୍କେଟିଂଗ ମୂଖ୍ଯ ଏମ.ଇଶ୍ବର, ଓଡିଶା ମୂଖ୍ଯ, ପ୍ରମୋଦ କୁମାର ସ୍ବାଇଁ,ଦନ୍ତ ଚିକିତ୍ସକ ଡକ୍ଟର ପଲ୍ଲବୀ,ଡକ୍ଟର ଆଶୁତୋଷ, ଡକ୍ଟର ପ୍ରିୟା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, ସାଂଗଠନିକ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ,ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ମନୋରଞ୍ଜନ ବେହେରା ,ମୀତା ବେହେରା,ୱାର୍ଡ ମେମ୍ବର ଯମୁନା ମାଝୀ,ଅଂଗନୱାଡି କର୍ମୀ,ଆଶା,ଶିକ୍ଷୟତ୍ରୀ ଓ ଲିଭ ଫର ଅଦର୍ସର ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଆଗାମୀ ଦିନରେ ଆଭ୍ୟନ୍ତରୀଣ ଗ୍ରାମରେ ଏପରି ଶିବିରର ଆୟୋଜନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି।

8
3024 views

Comment