logo

*ଜିଲ୍ଲା ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଉଦ୍ଘାଟିତ*

ଫାଇଲେରିଆ ରୋଗ ମୁଳୋତ୍ପାଟନ ପାଇଁ ସାମୁହିକ ଔଷଧ ସେବନ କର୍ଯ୍ୟକମ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ ଚଳିତ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ତରଫରୁ ଜିଲ୍ଲା ସ୍ଥାରୀୟ ଉଦ୍ଘାଟନ କାର୍ଯ୍ୟକ୍ରମ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧକାରୀ ଡ. ଭକ୍ତ ମୋହନ ସ୍ୱାଇଁ, ଜିଲ୍ଲା ମେଡିକାଲ ଅଧିକ୍ଷକ ଡ. ପ୍ରକାଶ ଚନ୍ଦ୍ର ବଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକରୀ ଶ୍ରୀ ସାରଙ୍ଗ ଧର ବେହେରା, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶଙ୍କର ଆଚାର୍ଯ୍ୟ ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡ଼ା. ମନୋଜ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଆରାଧନା ଭୋଇ ଅତିଥି ପ୍ରମୁଖଙ୍କୁୁ ସ୍ଵାଗତ ଜଣାଇ ଥିଲେ। ଡ଼. ବଳ ଏହି କର୍ଯ୍ୟକାମ ଉପରେ ବିସ୍ତାର ଆଲୋଚନା କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଡ଼. ସ୍ୱାଇଁ କହିଥିଲେ ଯେ ୨ ବର୍ଷରୁ ଉର୍ଦ୍ଧ ସମସ୍ତ ବେକ୍ତିଙ୍କୁ ଏହି ଏମ୍. ଡି. ଏ. କର୍ଯ୍ୟକମାରେ ଆଇଭରମେକ୍ଟିନ, ଡି. ଇ. ସି. ଓ ଆଲବେଣ୍ଡାଯୋଲ ବାଟିକା ନିର୍ଦ୍ଧାରିତ ମାତ୍ରାରେ ଖୁଆଯିବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ଓ କଲେଜ ଛାତ୍ର ଛାତ୍ରୀ ଙ୍କୁ ଖୁଆଯିବା। ତାପରେ ଜିଲ୍ଲାର କାର୍ଯ୍ୟରତ ୮୮୮୦ ଜଣ ତାମିଲ ପ୍ରାପ୍ତ ସ୍ବେଚ୍ଛାସେବୀ ଦୁଇ ଜଣିଆ ଦଳ ହୋଇ ଘରକୁ ଘର ଓ ବିଭିନ୍ନ ଅନୁଷ୍ଠାନକୁ ଯାଇ ସେମାନଙ୍କୁ ଏହି ଔଷଧ ଖୁଆଇବେ। ଶ୍ରୀ ଆଚାର୍ଯ୍ୟ (ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର) କହିଥିଲେ ଯେ ଏହି କାର୍ଯ୍ୟକ୍ରମ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁଥିବାରୁ କେହି ଛାଡ଼ି ହେବ କଥା ନୁହେଁ।ଫାଇଲେରିଆ ରୋଗରୁ ମୁକ୍ତ ହେବାପାଇଁ ସମସ୍ତ ବିଭାଗର ସହଯୋଗ ଆବଶ୍ୟକ। ୧ ରୁ ୨ ବର୍ଷର ଶିଶୁ ମାନଙ୍କୁ ଆଲବେଣ୍ଡାଜଳ ସିରପ ଖୁଇବାର ବେବସ୍ଥା ଅଛି। ଡ଼. ମନୋଜ ମହାପାତ୍ର ସୂଚନା ଦେଇଥିଲେ ଯେ ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ରୋଗୀ ଓ ୨ ବର୍ଷରୁ କମ ଶିଶୁଙ୍କ ବ୍ୟତୀତ ସମସ୍ତେ ଏହି ଏମ୍.ଡି. ଏ. କାର୍ଯ୍ୟକ୍ରମରେ ଆଗଭର ହୋଇ ସାମିଲ ହେବ ଉଚିତ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରା କହିଥିଲେ ଯେ ଶିକ୍ଷା ବିଭାଗ ସର୍ବଦା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରି ଆସିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱାଗତିକା ପଣ୍ଡା ପରିଚାଳନା କରିଥିଲେ। ପ୍ରାୟ ୩୫୦ ଜଣ ଛାତ୍ର ଛାତ୍ରୀଙ୍କ ଔଷଧ ଖୁଆ ଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ତରଫରୁ ଲକ୍ଷ୍ମୀକାନ୍ତ ଦୀପ, ସତ୍ୟଜିତ ସାହୁ, ବିବେକାନନ୍ଦ ପଟେଲ ଓ ମହେନ୍ଦ୍ରାନଥ ସ୍ୱାଇଁ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

40
1745 views