logo

ଲାଗିଛି ଦଳଡିଆଁ ମହାମାରୀ..

ଭୁବନେଶ୍ୱର (ଶ୍ରୀରାମ 

,: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ l ନେତା, କର୍ମୀ ଓ ଭୋଟର ମନ ହେଲାଣି ବ୍ୟାକୁଳ l ନାଲି ପାଣି ଆଉ ଚାଖଣା ଏବେ ପାଟିରେ ବାଜିବ l ନିର୍ବାଚନ କୁ ଚାହିଁ ବସିଥିଲେ କିଛି ଟାଉଟର ଆଉ କୁଜି ନେତା l ନିର୍ବାଚନ ନାଁ ଶୁଣିଲେ ୟାଙ୍କ ଉଜାଲାଦିଆ ଧୋତି ଚହମି ଆଉ ପାନ ଖିଆ ନାଲି ଓଠରେ ହସ ଦେଖିବାକୁ ମିଳେ l କାନ କୁହା କଥା ସାଙ୍ଗକୁ ଦଳର ମୂଳ ମଞ୍ଜି କଥାକୁ ଧରି ବାହାପିଆ ମାରି ଗାଁ, ଛକ, ବଜାରରେ ଏହି କୁଜି ଙ୍କ ଭାଷଣବାଜି ଆରମ୍ଭ ହୁଏ l କଥାରୁ ନଥା ଯାଏଁ ସବୁ ବଖାଣି ବାରେ ଲାଗି ପଡନ୍ତି l ଯଦି କିଏ ପଦେ କହିଲା ସଙ୍ଗେ ସଙ୍ଗେ ଛୁଞ୍ଚି ପଶିଗଲା ପରି ୟାଙ୍କ ରାଗ, ଅଭିମାନ ର ସ୍ୱର ଦେଖାଇ ଦିଅନ୍ତି l ଆଉ କିଛି ପୁରୁଣା କୁଜି ପାଞ୍ଚବର୍ଷ ଧରି ଟାଉଟରୀ ମାରି ଯାହା ଅମଳ କରିଥିଲେ ତାହାକୁ ଧରି ରାଜନୀତି ମୈଦାନ କୁ ଓଲ୍ହାଇବାକୁ ଉଚ୍ଛନ୍ନ ହୋଇ ପଡନ୍ତି l ତା ସାଙ୍ଗକୁ କିଛି ବେପାରୀ ରାଜନୀତି ର ର ଅକ୍ଷର ଜଣା ନ ଥାଇ ଛକମକ ହୋଇ କିଛି କୁଜି ଆଉ କର୍ମୀ ଙ୍କ ସହ ଦାନ୍ତ ନେଫଡି କଥା ହେଇ ଚାହା ବିସ୍କୁଟ ରେ ମନ କିଣିବାକୁ ଚାହିଁଥାନ୍ତି, କାହିଁକି ନା କାଳେ ଟିକେଟ ଖଣ୍ଡେ ମିଳି ଯିବକି, ପାଞ୍ଚ ବର୍ଷ ଧରି ଲୋକଙ୍କୁ ହଳ କରିବେ l ଆଉ କିଛି ଚାଲାକ ବ୍ୟକ୍ତି ବର୍ଷା ଯେଉଁ ଆଡେ ଛତା ସେଇଆଡ଼େ ଫୋର୍ମୁଲା ରେ ଚାଲନ୍ତି l ଯେଉଁ ଦଳ ର କର୍ମୀ ଦେଖା ହେଲା ସେଇ ଦଳର ବାଃ ବାଃ କରିବାରେ ଲାଗି ପଡନ୍ତି l
ନିର୍ବାଚନ ପାଖେଇ ଆସିଲାଣି l ନେତା ଓ କୁଜି ଙ୍କ ର ଆରମ୍ଭ ହେଲାଣି ଦଳଡିଆଁ ପର୍ବ l ଅସନ୍ତୁଷ୍ଟ କର୍ମୀ ଏବେ ମନ ପସନ୍ଦ ଦଳର ନେତାଙ୍କୁ ମାଉସୀ ପୁଅ ଭାଇ ର ସମ୍ପର୍କ ରେ ବାନ୍ଧି ହେବା ପରି ସମ୍ପର୍କ ଯୋଡ଼ିବେ l ଆଉ କିଛି ଦଳ ଡିଆଁ କୁଜି ନେତା ନିଜକୁ ସର୍ବୋତ୍ତମ ଦର୍ଶାଇବା ନିମନ୍ତେ ପୁରୁଣା କୁଜି ଆଉ ବିଧାୟକ ଙ୍କ ଲାଙ୍ଗୁଡ଼ ଧରି ନିର୍ବାଚନ ବୈତରଣୀ ପାରି ହେବାକୁ ଲାଗି ପଡିବେ | ବିଧାୟକ ହୁଅନ୍ତୁ କିମ୍ବା ଆଶାୟୀ ବିଧାୟକ ପାର୍ଥୀ ନିଜ ନିଜର ସଂଗଠନକୁ ମଜଭୁତ କରିବା ପାଇଁ ଆଣ୍ଠେଇ ପେଟେଇ ଓଲ୍ହେଇ ପଡନ୍ତି ମୈଦାନକୁ, ସତେ ଯେମିତି ସେ ହିଁ ଏକା ଜନତାଙ୍କ ପାଇଁ ନିରନ୍ତର ଚିନ୍ତା କରୁଛନ୍ତି | ବାସ୍ତବ ଚିତ୍ର କିନ୍ତୁ ଏଠି ସମ୍ପୂର୍ଣ ଓଲଟା, ଏମାନେ ମୈଦାନ କୁ ଆସିଲେ କିନ୍ତୁ ହଠାତ ଶକ୍ତିଶାଳୀ ହୋଇ ଉଠନ୍ତି କୁଜିନେତା ମାନେ, ଆଉ ପ୍ରଥମେ ଶିକାର କରନ୍ତି କିଛି ନିର୍ବୋଧ ଭୋଟର ମାନଙ୍କୁ, ତୁମ ମାନଙ୍କ କଥା ମୁଁ କହିଛି ବିଧାୟକ ଙ୍କୁ….. ତୁମ କାମ ବହୁତ ଜଲଦି ହୋଇଯିବ ଇଲେକ୍ସନ ପରେ ପରେ….. ଏମିତି ଅନେକ ପ୍ରତିଶୃତି ଦିଅନ୍ତି | ଭୋଟ ସରିଗଲା ପରେ କିନ୍ତୁ ସମସ୍ତେ ନିଜ ନିଜ ରାସ୍ତାରେ….

1
14663 views
  
3 shares