logo

ସୋର ବିଧାୟକ ମାରୁଛନ୍ତି ଚୌକା ଛକା,ବିରୋଧୀ ଶୂନ୍ୟ ହେବକି ସୋର ନିର୍ବାଚନ ମଣ୍ଡଳୀ…

ଭୁବନେଶ୍ୱର । ଚାଲିଛି ପଞ୍ଚାୟତ ନିର୍ବାଚନୀ ଋତୁ l ରାଜନୀତି ପୁରା ସରଗରମ l ଚାଲିଲାଣି ଦଳ ଡିଆଁ ପର୍ବ l କିନ୍ତୁ ଆଗରେ ଅଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା l

ନିର୍ବାଚନ ମଣ୍ଡଳୀ କୁ କରିଦେଲେଣି ବିରୋଧୀ ଶୂନ୍ୟ l ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଆଉ କଂଗ୍ରେସ ଏବେ ଧରାଶାୟୀ l ନିର୍ବାଚନ ମଣ୍ଡଳୀର ବହୁ ଅନ୍ୟ ଦଳର ପୁରୁଖା ନେତା ଦଳ ଛାଡି ଏବେ ବିଧାୟକ ଙ୍କ ପଛରେ l

ବିଜେଡି ଗଢି ଚାଲିଛି ଦୁର୍ଗ l ମଙ୍ଗ ଧରିଛନ୍ତି ସବୁରି ପ୍ରିୟ ବିଧାୟକ l ପ୍ରତିଦିନ ବିଜେଡି ରେ ଯୋଗ ଦେବା ପାଇଁ ଲମ୍ବା ଲାଇନ ଲାଗୁଛି l ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ଚାଲିଛି ମିଶ୍ରଣପର୍ବ l ବାଜି ମାରୁଛି ବିଜେଡି l

କିନ୍ତୁ ଦେଖିବାକୁ ଗଲେ ଆଉ ଦୁଇ ଦଳ ଏବେ ବହୁ ପଛରେ l

ଗତ କିଛି ଦିନ ତଳେ ନିର୍ବାଚନ ମଣ୍ଡଳୀର କଂଗ୍ରେସ ର ବହୁ ଛାମୁଆ ନେତା ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନୀତିଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ପଇତା ପକାଇଲେ l ତେଣୁ କଂଗ୍ରେସ ଏକରକମ ମାଟି ଧରିଯାଇଛି ବୋଲି ଲୋକେ କୁହାକୁହି ହେଲେଣି l


 ଦଳ ପଞ୍ଚାୟତ ସ୍ତରରେ ନିର୍ବାଚନ ଲଢ଼ିବା ପାଇଁ ପ୍ରତିନିଧି ମିଳିବା କଷ୍ଟକର ହୋଇ ପଡିବା ପରି ମନେ ହେଲାଣି l ଆଉ ରହିଲା ବିଜେପି କଥା, ସାଧାରଣ ନିର୍ବାଚନ ରେ ଦଳ ଭଲ ପ୍ରଦର୍ଶନ କରିଥିଲା, ମାତ୍ର ନେତା ଙ୍କ ପାରିବାରିକ କନ୍ଦଳ ଆଉ ମନୋମାଳିନ୍ୟ ପାଇଁ ଦଳ ଏବେ ବହୁ ପଛରେ ଥିବା ପରି ମନେ ହେଉଛି, କାହିଁକିନା ମିଶ୍ରଣପର୍ବ ଏତେ ଯାକ ଯମକ ନାହିଁ ବିଜେପି ର l ଲୋକ ମୁଂହ ବୁଲାଇ ନେବା ପରି ମନେ ହେଉଛି l କିନ୍ତୁ ତିନି ଦଳକଥା ବିଚାର କଲେ ବହୁ ଆଗରେ ଏବେ ବିଜେଡି l

ବିଜେଡି ର ଆଗୁଆ ହେବାର କାରଣ ମୁଖ୍ୟମନ୍ତ୍ରୀ ଙ୍କ ନିର୍ମଳ ଭାବ ମୂର୍ତ୍ତି ସାଙ୍ଗକୁ ସୋର ବିଧାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଜନାଭିମୁଖୀ କାର୍ଯ୍ୟ ର ପ୍ରତିଫଳ l ଦେଖାଯାଉ ତ୍ରିସ୍ତରୀୟ ନିର୍ବାଚନ ର ଫଳାଫଳ କାହା ଭାଗ୍ୟରେ ଫଳୁଛି ଆଉ କିଏ ତଳି ଧରିଯାଉଛି. ତାହା କେବଳ ଜନତା ଜନାର୍ଦନ ଙ୍କ ବିଚାର l

439
14726 views
  
19 shares