logo

ସର୍ବଭାରତୀୟ ଇଂରାଜି ରଚନା ପରିକ୍ଷାରେ ଦିତୀୟ ସ୍ଥାନ ଅଧିକାରିଣୀ ହୋଇଛନ୍ତି ଚମ୍ପୁଆର ଝିଅ ସାଇ ସୁମାନ ହୋତା


କେନ୍ଦୁଝର। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସବୁକିଛି ସମ୍ଭବ ହୋଇପାରେ ବୋଲି  ପ୍ରମାଣିତ କରିଛନ୍ତି ଚମ୍ପୁଆର ୧୩ ବର୍ଷର ଝିଅ ସାଇ ସୁମନ ହୋତା । ବାପା ମାନସ ରଞ୍ଜନ ହୋତା ପେଶାରେ ଜଣେ ଡାକ୍ତର। ମା ସାଇ ସମ୍ମିତା ହୋତା ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରିଣୀ । ଯିଏ ଚମ୍ପୁଆ ରେ ତହସିଲଦାର ଭାବେ କାର୍ଯ୍ୟରତ ।

ବାପା ମା ଦୁହେଁ ବ୍ୟସ୍ତ ବହୁଳ ଜିବନ ରୁ ସମୟ ବାହାର କରି ଝିଅକୁ ଦେଇଥାନ୍ତି । ତା ପରେ ବି ଝିଅ ନିଜ ମାଉସି ପାଖରେ (କାମାକ୍ଷାନଗର ରେ ) ରହି ପାଠ ପଢା କରନ୍ତି ।

ବାପା ବଡ଼ବିଲ ରେ ଡାକ୍ତର ଥିବାରୁ ଝିଅ ସାଇ ସୁମନ ବଡ଼ବିଲ ସ୍ଥିତ ଜିନ୍ଦଲ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି । ମାଉସୀ ଘରେ ରହି ଅନଲାଇନରେ ପାଠ ପଢୁଥିବା ବେଳେ ଅନଲାଇନ ରେ ସର୍ବଭାରତୀୟ ସ୍ତରରେ ଇଂରାଜି ଏକ ରଚନା ABC of life is always be cheerfull ବିଷୟରେ ୯୦ ମିନିଟରେ ୧୫୦୦ ୱାଡ ଭିତରେ ଲେଖିବା ପାଇଁ ଆସିଥିବା ନିମନ୍ତ୍ରଣ କୁ ଆବେଦନ କରି ଚଳିତ ୭ ତାରିଖ ଅନଲାଇନ ପରୀକ୍ଷା ଦେଇଥିଲେ । ଯେଉଁଥିରେ ୩ଟି ବର୍ଗ ଥିଲା । ସେଥିମଧ୍ୟରୁ ଗତ କାଲି ଦିତୀୟ ବର୍ଗ ରେ ସେ ୨ ୟ ସ୍ଥାନ ଅଧିକାର କରିଥିଲେ । 

ଏଥିରେ ସେ ବହୁତ ଖୁସି । ତାଙ୍କ ପରିଶ୍ରମର ସମସ୍ତ ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତି । ଆଗକୁ ସେ ପାଠ ପଢ଼ୀ ଭାରତୀୟ  ପ୍ରଶାସନିକ ସେବା ରେ ଯୋଗ ଦେବାକୁ ଚାହାଁନ୍ତି ।

1
14667 views