logo

ଅସାବଧାନତା ଯୋଗୁ ଗୋଡ଼ ଖସି ବୈତରଣୀ ନଦୀରେ ବୁଡ଼ି ନାବାଳକ ମୃତ

ଆନନ୍ଦପୁର: ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀରେ ମା ସହ ଗାଧୋଉଥିବାବେଳେ ଭାସିଯାଇ ନାବାଳକର ମୃତ୍ୟୁ ଘଟିଛି।

ସକାଳ ସମୟରେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ ।

ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରିବା ପରେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଉର୍ତ୍ତି କରିଥିଲେ . ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ନାବାଳକ ପଦ୍ମପୁରର ରମେଶ ସାହୁଙ୍କ ପୁଅ ରୁଦ୍ର ପ୍ରତାପ ସାହୁ ବୋଲି ସୂଚନା ମିଳିଛି. ପୋଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ ଜାରି ରଖିଛି ।

9
14692 views