logo

କେନ୍ଦୁଝର ବିଜେପିର ଏସ.ପି ଅଫିସ ଘେରାଓ:ପୋଲିସର ଲାଠିଚାର୍ଜ ୪ଗୁରୁତର:ବିଜେପି ଜିଲ୍ଲା ସଭାପତିଙ୍କ ସମେତ ୧୨ଗିରଫ

କେନ୍ଦୁଝର: ୪ ଦଫା ଦାବି ନେଇ ବିଜେପି ଏସ ପି ଅଫିସ ଘେରାଓ, ବାରିକେଟ ଭାଙ୍ଗିଲେ ବଜେପି କର୍ମୀ, ପୋଲିସର ଲାଠି ଚାର୍ଜ, ୪ଗୁରୁତର , ମୁଣ୍ଡ ଫାଟି ଜଣେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି, ପୋଲିସ ଉପରକୁ ଅଣ୍ଡା ମାଡ଼, ମହିଳା କର୍ମୀଙ୍କ ଉପରେ ପୁରୁଷ ପୋଲିସ ହାତ ଉଠାଈଥିବା ଅଭିଯୋଗ, ବିଜେପି ଜିଲା ସଭାପତିଙ୍କ ଓ ଜିଲା ମହିଳା ସଭାପତିଙ୍କ ସହ ୧୨ ଗିରଫ । ସୂଚନାଯୋଗ୍ୟ ଯେ ୪ ଦଫା ଦାବି ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଏସ.ପି ଅଫିସ ଘେରାଉ କରାଯାଇଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା। ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଙ୍କ ଉପରେ ବୋମା ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ।ଆଦିବାସୀ ଲୋକଙ୍କ ପାଇଁ ସ୍ବର ଉଠାଇ ମିଛକେସ୍ ରେ ଗିରଫ ହୋଇଥିବା ଯୁବନେତା ମୁନା ପୂର୍ତ୍ତି ଙ୍କ ନିଶର୍ତ୍ତ ରେ ଖଲାସ୍ । ଜିଲ୍ଲାରେ ଲଗାତାର ୪ ଦିନରେ ୪ ଟି ଦୁଷ୍କର୍ମ ଏବଂ ହତ୍ୟା ଘଟଣା | ପଛରେ ଜିଲ୍ଲା ପ୍ରଶାସନର ଅପାରଗତା ବିରୋଧରେ ଏବଂ ଅପରାଧ ନିୟନ୍ତ୍ରଣରେ ଫେଲ୍ ମାରିଥିବା କେନ୍ଦୁଝର ଏସ୍.ପି ଏବଂ ଜିଲ୍ଲାପାଳଙ୍କ ବଦଳି ଆଦି ଦାବି ନେଇ ବିଜେପି ପକ୍ଷରୁ ଏସ.ପି ଅଫିସ ଘେରାଓ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଯୋରଦାର ହେଉଥିବାରୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ସହ ୧୫ ପ୍ଲାଟୁନ ପୋଲିସ ଓ ୩ ପ୍ଲାଟୁନ ହୋମଗାର୍ଡ ନିୟୋଜିତ ହୋଇଛି । ଏଥି ସହ ୯୮ ଜଣ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି । ବହୁ ସଂଖ୍ୟାରେ କର୍ମୀଙ୍କ ଉପସ୍ଥିତି ହେବାର ସମ୍ଭାବନା ଥିବା ଓ କାଳେ ଗେଟ ଓ ପାଚେରୀ ଡେଇଁ କର୍ମି ମାନେ ଅଫିସକୁ ଧସେଇ ପଶିଯିବେ ଆଶଙ୍କା କରି ସବୁଆଡେ କଣ୍ଟା ତାର ବାଡ ରେ ପାଚେରୀକୁ ଘେରାଉ କରାଯାଇଛି । ଏଥି ସହ ବ୍ୟାରିକେଟ ର ମଧ୍ୟ ବ୍ୟବସ୍ଥା କରାଯାଇ ଥିଲେବି ବିଜେପି କର୍ମୀ ମାନେ ବାରିକେଟ ଭାଙ୍ଗି ଏସ.ପି ଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିଲା । ଲାଠି ମାଡ଼ରେ ଜଣେ ନିରୀହ ଲୋକ ର ମୁଣ୍ଡ ଫାଟି ଥିବାବେଳେ ୪ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ବିଜେପି କର୍ମୀ ମାନେ ପୋଲିସ ଉପରକୁ ଅଣ୍ଡା ମାଡ଼ କରିଥିଲେ । ବାରିକେଟ ଭାଙ୍ଗିବା ସମୟରେ ମହିଳା କର୍ମୀ ମାନଙ୍କ ଉପରେ ପୁରୁଷ ପୋଲିସ ହାତ ଉଠାଇଥିବା ଅଭିଯୋଗ ହୋଇଛି । ବିଜେପି ଜିଲା ସଭାପତି ଏବଂ ମହିଳା ଜିଲା ସଭାପତିଙ୍କ ସମେତ ୧୨ ଜଣ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଛି ।

26
14670 views
  
35 shares