logo

ମୋଚିନ୍ଦା ରେ ବିଜେପିର ମିଶ୍ରଣ ପର୍ବ:୭୦ଉର୍ଦ୍ଧ୍ୱ କର୍ମୀ ବିଜେପିରେ ଯୋଗଦେଲେ

ଆନନ୍ଦପୁର:ଆଜି ସାଳବଣି ମଣ୍ଡଳ ଅନ୍ତର୍ଗତ ମୋଚିନ୍ଦା ପଂଚାୟତର ଖଡ଼ିପାଳ ଠାରେ ଏକ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ହୋଇଥିଲା।   ଏଥିରେ ବିଜେଡି ଓ କଂଗ୍ରେସ ର ପ୍ରାୟ ୭୦ କର୍ମୀ ବିଜେପି ନେତା ଶ୍ରୀଯୁକ୍ତ ଆଲୋକ କୁମାର ସେଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ରେ ନୂତନ କରି ସାମିଲ ହେଲେ।


छଦଳର ବରିଷ୍ଠ ନେତୃମଣ୍ଡଳୀ ଙ୍କ ସହ ମିଶି ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା| ଏଥିରେ ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ଟୁକୁନା କାହାଳିଙ୍କୁ ମୋଚିନ୍ଦ| ପଂଚାୟତର ସଭାପତି ,ଶ୍ରୀଯୁକ୍ତ ମହେଶ୍ୱର ବେହେରାଙ୍କୁ ଉପସଭାପତି,ଶ୍ରୀଯୁକ୍ତ ମୁନା ନାୟକଙ୍କୁ ସମ୍ପାଦକ,ଶ୍ରୀମତୀ କୁଞ୍ଜଲତା ନାୟକଙ୍କୁ ମହିଳା ମୋର୍ଚ୍ଚା ସଭାପତି ଓ ଶ୍ରୀମତୀ ଟୁନି ନାୟକଙ୍କୁ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ ଏହି ବୈଠକରେ ପାଖାପାଖି ୧୭୦ଜଣ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବା ବେଳେ ବିଜେପିର ବହୁ ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

0
16577 views