logo

ଆବାସ ଯୋଜନାରୁ ବଞ୍ଚିତ ଅସହାୟ ବିଧବା ମହିଳା: ଲୋକେ ଶୋଉଛନ୍ତି ଭଙ୍ଗା ଘରେ ସରପଞ୍ଚ ଶୋଇଛନ୍ତି, ଅଚିନ୍ତା ନିଦ୍ରାରେ

ଆନନ୍ଦପୁର ଏକ ପୁସ୍ତକର ମଲାଟ୍ ଚିତାକର୍ଷକ ବା ସୁନ୍ଦର ହୋଇଥିଲେ ଜଣେ ପାଠକ ଏହାକୁ କିଣିବାକୁ ବିଶେଷ ଭାବରେ ଆଗ୍ରହ ପ୍ରକାଶ କରିଥାଏ।


କିନ୍ତୁ ବହିର ପ୍ରୁଷ୍ଠା ଗୁଡିକ ମଲାଟ୍ ଅନୁସାରେ ସେତିକି ସୁନ୍ଦର ହୋଇନଥିଲେ, ପାଠକ କୁ ଦୁଖ ଲାଗିଥାଏ,, କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ପଞ୍ଚାୟତରେ। 'ଚିକ୍ ଚିକ୍ କରୁଛି ପଞ୍ଚାୟତର କାର୍ଯ୍ୟାଳୟ ସତେ ଯେମିତି ରାଜ ଉଆସ। କିନ୍ତୁ ସେହି ପଞ୍ଚାୟତରେ ଥିବା ଜଣେ ଅସହାୟ ବିଧବା ମହିଳା ନିଜ ଭାଗ୍ୟକୁ ଆଦରି ଦୀର୍ଘ ୮ ବର୍ଷ ହେଲା ଭଙ୍ଗା

 ଘରେ ପଲିଥିନ୍‌ ଟାଙ୍ଗୀ ପଡ଼ିରହିଛନ୍ତି। 'ଯେତେ ଗୁହାରି କଲେ ବି ଶୁଣୁ ନାହାନ୍ତି ସରପଞ୍ଚ କି ସରକାରୀ ବାବୁ।ଥିଲା ବାଲାଙ୍କୁ ମିଳୁଛି ଆବାସ ନଥିଲାବାଲାଙ୍କୁ ସାହା ଖୋଲା ଆକାଶ। ବେଲବାହାଳି ପଞ୍ଚାୟତର କାର୍ଯ୍ୟାଳୟକୁ ଯାହା ବହିର ମଲାଟ୍ ପରି ଚିକ୍ ଚିକ୍ କରୁଥିବା ପଞ୍ଚାୟତ କାର୍ଯ୍ୟାଳୟ କୁ ଦେଖି ଏହି ପଞ୍ଚାୟତ ଉନ୍ନତି ର ଶୀର୍ଷ ରେ ପହଞ୍ଚିଥିବ, ଏଭଳି ଯଦି ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍। ଏବେ ଚାଲନ୍ତୁ ଯେଉଁ ପୃଷ୍ଠା ଅର୍ଥାତ ଲୋକଙ୍କୁ ନେଇ ପଞ୍ଚାୟତ ଓ ସେହି ପଞ୍ଚାୟତ ପାଇଁ ଏହି କାର୍ଯ୍ୟାଳୟ ସେମାନେ କେମିତି ରହୁଛନ୍ତି? ଆପଣ ଭାବୁଥିବେ ସେମାନେ ବହୁତ ଖୁସି ରେ ଥିବେ କିନ୍ତୁ କଥାଟା ପୁରା ଓଲଟା, ସେହି ପଞ୍ଚାୟତର ଅସହାୟ ବିଧବା ମହିଳା ଶଙ୍ଖି ସାହୁ(୪୭) ଙ୍କ ଘରକୁ ଦେଖିଲେ ଜାଣିପାରିବେ, ଘର ଅବସ୍ତା ଦେଖିଲେ ଏଠି ଯେ ମଣିଷ ରହିବା ଅସମ୍ଭବ ଏହା ଆପଣ ଠିକ୍ ବୁଝିପାରୁଥିବେ,କିନ୍ତୁ ଏହି ଘରେ ସିଏ ଆଉ ତାଙ୍କ ପୁଅ ତାଙ୍କ ସ୍ଵାମୀ ମୃତ୍ୟୁବରଣ କରିବା ପରେ ଦୀର୍ଘ ୮ ବର୍ଷ ଧରି ରହିଆସୁଛନ୍ତି। ସ୍ଵାମୀ ମୃତ୍ୟୁବରଣ କରିବା ପୂର୍ବରୁ ତାଙ୍କର ଗୋଟିଏ ଝିଅ ର ବାହାଘର ସରିଯାଇଥିବା ବେଳେ, ବହୁ ଦୁଃଖ କଷ୍ଟରେ ଆଉ ଏକ ଝିଅ ର ବାହାଘର କରିଛନ୍ତି ଶଙ୍ଖି, ତାଙ୍କର ଏକ ମାତ୍ର ପୁଅ ମୁଲମଜୁରି ଲାଗି ଯାହା ରୋଜଗାର କରନ୍ତି ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବା ମଧ୍ୟ କଷ୍ଟକର,ତେଣୁ ସେ ଘର ଖଣ୍ଡିଏ କରିବା ପାଇଁ ଅସମର୍ଥ ହୋଇଥିବାରୁ ଭାଗ୍ୟକୁ ଆଦରି ପଡିରହିଛନ୍ତି। ସରପଞ୍ଚଙ୍କ ପାଖକୁ ଗଲେ ସେ କହୁଛନ୍ତି ବିଡିଓଙ୍କ ପାଖକୁ ଯାଅ, ଆଉ ବିଡିଓଙ୍କ ପାଖକୁ ଗଲେ ସେ କହୁଛନ୍ତି ସରପଞ୍ଚଙ୍କୁ କୁହ। ଏଠି ପ୍ରଶ୍ନ ଉଠୁଛି ଏମିତି ଦାଇତ୍ୱହୀନ ଉତ୍ତର ଦେଲେ ସାଧାରଣ ଗରିବ ଲୋକଟିଏ ନିଜର ଅସୁବିଧା ଜଣେଇବ କାହାକୁ?? ସବୁଠାରୁ ବଡ଼ କଥା ହେଲା ମହିଳା ସରପଞ୍ଚ ଥିବା ବେଳେ, ଶାସନ ଭାର ସମ୍ଭାଳୁଛନ୍ତି ତାଙ୍କ ସ୍ବାମୀ, ଅର୍ଥାତ୍ ଏଠି ଚାଲିଛି ସ୍ବାମୀ ସରକାର। ଅନ୍ୟପଟେ ଏ ସମ୍ପର୍କରେ ଶାସନ ଭାର ସମ୍ଭାଳୁଥିବା ସରପଞ୍ଚଙ୍କ ସ୍ବାମୀଙ୍କୁ ପଚାରିବାରୁ, ସେ କଣ ଉତ୍ତର ଦେଉଛନ୍ତି ସରକାରୀ ନିୟମ ଅନୁସାରେ ତାଙ୍କର ଲିଷ୍ଟ ଥିଲେ ଦିଆଯିବ।ଏପରି ଦାଇତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ସରପଞ୍ଚଙ୍କ ସ୍ବାମୀ। ଏଠି ସବୁଠାରୁ ବଡ଼ ପ୍ରଶ୍ନ କାହା ଛତ୍ରଛାୟା ତଳେ ଏହି ସ୍ଵାମୀ ସରକାର ଆନନ୍ଦପୁର ନିର୍ବାଚନ ମଣ୍ଡଳୀର କୌଣସି ଦଳୀୟ ନେତା ନା କୌଣସି ପ୍ରଶାସନିକ ଅଧିକାରୀ? ଯେଉଁଥିପାଇଁ ଲୋକଙ୍କ ସମସ୍ୟା ନବୁଝି ମଧ୍ୟ ସେ ରହିଛନ୍ତି ଅଚିନ୍ତା ରେ,ଖାଲି ସେତିକି ନୁହଁ ପଞ୍ଚାୟତ ରେ ବିଭିନ୍ନ ପ୍ରକାର ସମସ୍ୟା ଥିବାବେଳେ ସାଧାରଣ ଗରିବ ଲୋକଟି ଡରରେ ସାହସ କରିପାରୁ ନାହିଁ କିଛି କହିବାକୁ କାରଣ ସବୁ ହର୍ତ୍ତାକର୍ତ୍ତା ଦଇବ ବିଧାତା ସରପଞ୍ଚ ଙ୍କ ସ୍ୱାମୀ ଏପଟେ କିଛି କହିଲେ ବିଭିନ୍ନ ସରକାରୀ ଯୋଜନାରୁ ବାଦ ପଡିଯିବାର ଭୟ ଏମିତି ଲୋକଙ୍କ ସମସ୍ୟା କୁ ଅଣଦେଖା କରୁଥିବା ସରପଞ୍ଚଙ୍କୁ ଆଗାମୀ ଦିନରେ ପଞ୍ଚାୟତବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଉଚିତ ଜବାବ ଦେବେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି।ତେବେ ସରପଞ୍ଚଙ୍କ ସ୍ବାମୀ ତିନି ମାସ ଭିତରେ ଘର ମିଳିବ ବୋଲି କହିଥିବା ବେଳେ କେବେ ଏହି ଅସହାୟ ବିଧବା ମହିଳାଙ୍କୁ ଘର ମିଳୁଛି, ତାହା ସମୟ କହିବ।

58
14680 views
  
1 shares