Mla bahini pathi attended medical discussions at jeypur
ଗତକାଲି, ତାରିଖ ୨୪.୦୫.୨୦୨୬ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁରରେ ଅନୁଷ୍ଠିତ ସମୀକ୍ଷା ବୈଠକର ଖବରକୁ ପ୍ରମୁଖତାର ସହ ସ୍ଥାନ ଦେଇ ଜନସାଧାରଣଙ୍କ ଘରେ ଘରେ ପହଞ୍ଚାଇଥିବା ସମସ୍ତ ପ୍ରିଣ୍ଟ ମିଡିଆ ପ୍ରତିନିଧି ଓ ଦୈନିକ ସମ୍ବାଦପତ୍ରକୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କର ନିର୍ଭୀକ ଓ ଜନହିତକର ଖବର ପ୍ରସାରଣ ନିଶ୍ଚିତ ଭାବେ ଡାକ୍ତର, ସେବିକା ଓ ସମସ୍ତ କର୍ମଚାରୀଙ୍କୁ ଆହୁରି ଉତ୍ସାହିତ କରିବ ଏବଂ ରୋଗୀ ସେବାକୁ ଅଧିକ ସୁଦୃଢ଼ କରିବ। ଜନସ୍ୱାର୍ଥର ପ୍ରତ୍ୟେକ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଆପଣମାନଙ୍କ ନିରନ୍ତର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଆପଣମାନଙ୍କ ସ୍ନେହ, ସହଯୋଗ ଓ ବିଶ୍ୱାସ ମୋତେ ଆହୁରି ନିଷ୍ଠାର ସହ ଜନସେବା କରିବା ପାଇଁ ପ୍ରେରଣା ଯୋଗାଉଛି।