logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆରେ ସାର ପାଇଁ ହାହାକାର: ଚାଷୀ ମୁଣ୍ଡରେ ଚଡ଼କ, ଶୋଇଛି ପ୍ରଶାସନ!

ଚମ୍ପୁଆ :ମାଟି ଅନୁକୂଳ ହେଲାଣି, ଆକାଶରେ ମେଘ ମଧ୍ୟ ଖେଳିଲାଣି। ହେଲେ ଚାଷୀ ଅନେଇ ବସିଛି ସାରକୁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଲ୍ୟାମ୍ପସ ରେ ଏବେ ସାରର ଘୋର ଅଭାବ ଦେଖାଦେଇଛି। ସାର ନପାଇ ଚାଷୀ କୂଳ ଏବେ ଚିନ୍ତାରେ ଦିନ କାଟୁଥିବା ବେଳେ ପ୍ରଶାସନିକ ଉଦାସୀନତା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି। କ୍ଷେତକୁ ଯିବା ସମୟରେ ଚାଷୀ ଏବେ ଲ୍ୟାମ୍ପସ ଲାଇନରେ ଛିଡ଼ା ହେବାକୁ ବାଧ୍ୟ ହେଉଛି, ହେଲେ ସେଠାରୁ ତାକୁ ଖାଲି ହାତରେ ଫେରିବାକୁ ପଡ଼ୁଛି। ଯଦି ଅତି ଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ, ତେବେ ଚଳିତ ବର୍ଷ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି।
ସ୍ଥାନୀୟ ଚାଷୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନର ଚାଷ ଅନୁକୂଳ ସମୟ ପାଇଁ ତୁରନ୍ତ ନିମ୍ନଲିଖିତ ପରିମାଣର ସାର ଆବଶ୍ୟକ ହେଉଛି: ୟୁରିଆ ୩,୦୦୦ ବ୍ୟାଗ,ଡି.ଏ.ପି ୨,୦୦୦ ବ୍ୟାଗ ଓ ପଟାସ ୧,୦୦୦ ବ୍ୟାଗ , ସ୍ଥାନୀୟ ଚାଷୀ ଙ୍କ କହିବା ଅନୁସାରେ "ଆମେ ଋଣ କରି ଚାଷ କାମ ଆରମ୍ଭ କରିଛୁ। କିନ୍ତୁ ଠିକ୍ ସମୟରେ ଯଦି ସାର ନମିଳିବ, ତେବେ ଗଛ ମରିଯିବ ଏବଂ ଆମେ ସର୍ବସ୍ୱାନ୍ତ ହୋଇଯିବୁ। ପ୍ରଶାସନ କାହିଁକି ଆମ ଦୁଃଖ ବୁଝୁନାହିଁ?" ବୋଲି ଅତି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଚାଷୀ ହେଉଛି ଦେଶର ମେରୁଦଣ୍ଡ। କିନ୍ତୁ ଆଜି ଚମ୍ପୁଆର ଚାଷୀ ନିଜ ହକ ପାଇଁ ପ୍ରଶାସନ ଆଗରେ ଗୁହାରି କରୁଛି। ଚାଷୀଙ୍କର ଏହି ଜ୍ୱଳନ୍ତ ସମସ୍ୟା ଉପରେ ଜିଲ୍ଲା କୃଷି ଅଧିକାରୀ ଏବଂ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଭଣ୍ଡା ଲ୍ୟାମ୍ପସକୁ ଆବଶ୍ୟକୀୟ ସାର ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି। ଯଦି ପ୍ରଶାସନ ଏହି ସାର ଅଭାବ ସମସ୍ୟାକୁ ହାଲୁକା ଭାବେ ନିଏ, ତେବେ ଆଗାମୀ ଦିନରେ ଚାଷୀମାନେ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

44
1949 views

Comment