logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜନ ଭାଗିଦାରୀ ସବୁଠୁ ଦୂର, ସବୁଠୁ ପ୍ରଥମେ

ଜନ ଭାଗିଦାରୀ – ସବୁଠୁ ଦୂର, ସବୁଠୁ ପ୍ରଥମେ
ତିଲେଇବଣି ବ୍ଲକ, ଦେବଗଡ଼,୨୪/୦୫/୨୦୨୬ ରିଖ :-
ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ଲଇମୁରା ଗ୍ରାମପଞ୍ଚାୟତର ଲମ୍ବୋଦର ଏବଂ ଗଣ୍ଡମ ଗ୍ରାମପଞ୍ଚାୟତର ତେଲିକୁସୁମ ଗ୍ରାମରେ “ଜନ ଭାଗିଦାରୀ – ସବୁଠୁ ଦୂର, ସବୁଠୁ ପ୍ରଥମେ” IEC କ୍ୟାମ୍ପେନ୍ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଦୂରଦୁରାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ସେବା ପହଞ୍ଚାଇବା ସହିତ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ ଯୋଜନା, ନାଗରିକ ଅଧିକାର ଓ ଉପଲବ୍ଧ ସୁବିଧା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା। ଏହା ସହିତ ସ୍ୱାସ୍ଥ୍ୟ ପରୀକ୍ଷା, ଜନଅଭିଯୋଗ ଶୁଣାଣି ଏବଂ ବିଭିନ୍ନ ବିଭାଗୀୟ ସେବା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉପସ୍ଥିତ ଅଧିକାରୀମାନେ ଗ୍ରାମବାସୀଙ୍କ ସମସ୍ୟା ଶୁଣି ତାହାର ସମାଧାନ ନେଇ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ଏହି IEC କ୍ୟାମ୍ପେନ୍‌କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା।
ଏହି ଅଭିଯାନ ମାଧ୍ୟମରେ ସରକାରୀ ସୁବିଧାର ଶେଷ ମାଇଲ୍ ପହଞ୍ଚ ସୁନିଶ୍ଚିତ କରିବା ସହିତ ଜନସାଧାରଣଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

0
0 views

Comment